Home କେନ୍ଦ୍ରାପଡ଼ା ବାଙ୍ଗାଲୁରରେ ଶ୍ରମିକଙ୍କୁ ଉପଯୁକ୍ତ କରୋନା ଚିକିତ୍ସା ମିଳୁନଥିବା ଅଭିଯୋଗ

ବାଙ୍ଗାଲୁରରେ ଶ୍ରମିକଙ୍କୁ ଉପଯୁକ୍ତ କରୋନା ଚିକିତ୍ସା ମିଳୁନଥିବା ଅଭିଯୋଗ

67

କେନ୍ଦ୍ରାପଡା ୧୨/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ପୋଇପାଟ ଗ୍ରାମର ସନ୍ତୋଷ କୁମାର ପ୍ରଧାନ ନାମକ ଜଣେ ଶ୍ରମିକ ବାଙ୍ଗାଲୁରରେ ଦୀର୍ଘ ୧୫ବର୍ଷ ଧରି ରହି ଶ୍ରମଜୀବି ଭାବରେ କାର୍ଯ୍ୟ କରିଥାନ୍ତି। ସେ ଏକ ସଡକ ଦୁର୍ଘଟଣାରେ ସମ୍ମୁଖିନ ହେବା ପରେ ତାଙ୍କୁ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୁର ସାରଜାପୁର ରୋଡର ସେଂଟ ଜନସ ମେଡିକାଲ କଲେଜ ହସପିଟାଲରେ ଗତ ୬ଦିନ ତଳେ ଭର୍ତ୍ତି କରାଯାଇଛି। କିନ୍ତୁ ତାଙ୍କର ସେଠାରେ କରୋନା ପଜିଟିଭ ବାହାରିବା ପରେ ତାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ସେ ଜଣେ ଗରୀବ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେହି ହସପିଟାଲରେ ତାଙ୍କ ଠାରୁ ଏକଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନିଆଯିବା ପରେବି ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ପାଖରେ ଆଉ ଅର୍ଥ ନଥିବାରୁ ସେ ସେଠାରେ ବହୁ ଅସୁବିଧା ଭିତରେ ରହିଥିବା ମଧ୍ୟ କହିଛନ୍ତି। ତେଣୁ ସନ୍ତୋଷଙ୍କୁ ସେଠାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ସେ ଜିଲ୍ଲାପାଳ, ସାସଂଦ, ପୂର୍ବତନ ସାସଂଦ, ଓଡିଶାର କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଆକୁଳ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.