Home କେନ୍ଦ୍ରାପଡ଼ା ବାଙ୍ଗଲାଦେଶରେ ହିନ୍ଦୁମାନଙ୍କୁ ଆକ୍ରମଣରୁ ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବିଶ୍ୱହିନ୍ଦୁ ପରିଷଦର ସ୍ମାରକପତ୍ର

ବାଙ୍ଗଲାଦେଶରେ ହିନ୍ଦୁମାନଙ୍କୁ ଆକ୍ରମଣରୁ ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବିଶ୍ୱହିନ୍ଦୁ ପରିଷଦର ସ୍ମାରକପତ୍ର

38

କେନ୍ଦ୍ରାପଡ଼ା ୨୨ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ବର୍ବୋରଚିତ ଆକ୍ରମଣରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବାକୁ କେନ୍ଦ୍ରାପଡା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଶୁକ୍ରବାର ପ୍ରଦାନ କରାଯାଇଛି। ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ସେଠାରେ ହିନ୍ଦୁମାନଙ୍କ ଧନସମ୍ପତ୍ତି ଓ ମା, ଝିଅ ଏବଂ ବୋହୁଙ୍କ ଇଜ୍ଜତ ସୁରକ୍ଷିତ ନୁହେଁ। ମା’ଦୁର୍ଗାଙ୍କ ମଣ୍ଡପ ଏବଂ ହିନ୍ଦୁ ମନ୍ଦିର ସବୁ ମଧ୍ୟ ସୁରକ୍ଷିତ ରହିପାରିଲା ନାହିଁ। ମନ୍ଦିରରେ ବଳ ପୂର୍ବକ ପ୍ରବେଶ କରି ଭଗବାନଙ୍କ ମୂର୍ତ୍ତି ସବୁ ଭାଙ୍ଗିବା ସହ ଛୋଟ ଛୋଟ ନାବାଳିକାଙ୍କୁ ଦୁଷ୍କର୍ମ, ହତ୍ୟା, ଲୁଟ ତରାଜ ଓ ଅଗ୍ନିକାଣ୍ଡ ଭଳି ଅତ୍ୟାଚାର କରାଯାଇଛି। ଯେବେ ଠାରୁ ଆଫଗାନିସ୍ଥାନରେ ବର୍ବର ତାଲିବାନୀ ମାନଙ୍କର ଶାସନ ଆରମ୍ଭ ହେଲା ସେହି ଦିନଠାରୁ ଅନ୍ୟ ପଡୋଶୀ ଦେଶମାନଙ୍କରେ ମଧ୍ୟ ଜେହାଦୀ ଆତଙ୍କବାଦୀମାନଙ୍କର ଆକ୍ରମଣ ନିରନ୍ତର ଭାବେ ବୃଦ୍ଧି ପାଇଛି। କେବଳ ଦୁର୍ଗାପୂଜା ସମୟରେ ହିଁ ବାଙ୍ଗଲାଦେଶରେ ୨୪ଟି ଜିଲ୍ଲାରେ ହିଂସା ଘଟଣାମାନ ଘଟିଛି। ୧୫୦ଟିରୁ ଉର୍ଦ୍ଧ୍ୱ ଦୁର୍ଗାପୂଜା ମଣ୍ଡପକୁ ଅପବିତ୍ର କରାଯାଇ ନଷ୍ଟଭ୍ରଷ୍ଟ କରିଦିଆଯାଇଛି। ଐଥରସହିତ ଅନେକ ମନ୍ଦିରକୁ ମଧ୍ୟ ଧ୍ୱସ୍ତବିଧ୍ୱସ୍ଥ କରିଦିଆଯାଇଛି। ଅନେକ ଘର, ଦୋକାନ ଓ ଧର୍ମାନୁଷ୍ଠାନମାନଙ୍କରେ ହିଂସା, ଜଳାପୋଡା ଓ ଲୁଟତରାଜର ତାଣ୍ଡବଲୀଳା ହୋଇଛି ଯାହା ଅବର୍ଣ୍ଣନୀୟ। ପ୍ରାୟ ୧୦/୧୨ଜଣ ହିନ୍ଦୁଙ୍କର ପ୍ରାଣହାନୀ ଘଟିଛି। ଏସବୁ ଘଟଣା ପରେବି ବାଙ୍ଗଲାଦେଶ ସରକାର ଆଖିବୁଜି ବସିଥିବା ବିଶ୍ୱହିନ୍ଦୁ ପରିଷଦ ଅଭିଯୋଗ କରିଛି। ଏଣୁ ରାଷ୍ଟ୍ରପତି ଏହି ଘଟଣାରେ ହସ୍ତକ୍ଷେପ କରି ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ଅତ୍ୟାଚାରକୁ ବନ୍ଦ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ସହ ବାଙ୍ଗଲାଦେଶ ସରକାର ଉପରେ ଚାପ ପ୍ରୟୋଗ କରିବାକୁ କେନ୍ଦ୍ରାପଡା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି। ରଜନୀକାନ୍ତ ପଣ୍ଡା, କାହ୍ନୁ ଚରଣ ପଣ୍ଡା, ସୁଶାନ୍ତ ପଣ୍ଡା, ସଞ୍ଜୟ ଓଝା, ସଞ୍ଜିତ ସ୍ୱାଇଁ, ବୀରେନ୍ଦ୍ର ସାମଲ, ଜଗନ୍ନାଥ ସ୍ୱାଇଁ, ସୈାମ୍ୟରଞ୍ଜନ ଲେଙ୍କା, ମାନସ ସେଠୀ, ଶୁଭାଂଶୁ ଶେଖର ରାଉତ, ଶୁଭାଶିଷ ବେହେରା, ବିଶ୍ୱଜିତ ଜେନା, ସମ୍ବିତ ସାମଲ, ହିମାଂଶୁ ରାଉତ, ସାଗର କୁମାର ସାହୁ, ସୁଜିତ କୁମାର ପ୍ରମୂଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.