ବାଲେଶ୍ୱର, ୨୩ା୪(ଓଡ଼ିଆ ପୁଅ/ଅଭୟ ଦାସ): ବାଙ୍କତୀରା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇିଁଁ ବାଙ୍କତୀରା ଜଳସେଚନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହୋଇ ଆସୁଥିବା ଦାବି ପୂରଣ ନିମନ୍ତେ ସବୁଜ ସଙ୍କେତ ମିଳିଛି। କାର୍ଯ୍ୟାରମ୍ଭ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ କମିଟି ପକ୍ଷରୁ ସନ୍ତୋଷ ପ୍ରକାଶ ପାିଛି। ସଭାପତି ଶୁଭଙ୍କର ମହାପାତ୍ର, ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ନାୟକ ଜଣାଇଛନ୍ତି ଯେ ବୁଢ଼ାବଳଙ୍ଗ ନଦୀର ଅମୃତିଆ ନାଳର ମୁକୁଳା ମୁହଁ ବନ୍ଦ କରିବା ପାଇଁ ଶେଷରେ ପ୍ରଶାସନ ତରଫରୁ ଟେଣ୍ଡର କାମ ଆରମ୍ଭ ହୋଇଛି। ଏହି ଅମୃତିଆ ନାଳର ମୁକୁଳା ମୁହଁ ଯୋଗୁଁ ଦୀର୍ଘଦିନ ଧରି ବୁଢ଼ାବଳଙ୍ଗ ନଦୀର ସାମାନ୍ୟ ବନ୍ୟାଜଳ ରେମୁଣା ଓ ସଦର ବ୍ଲକ୍ର ୧୫ଟି ପଞ୍ଚାୟତ ଯଥା ନିଜାମପୁର, ଚଷାଖଣ୍ଡ, ନଗ୍ରମ, ଦହପଡ଼ା, ବୁଆଁଳ, ଓଡ଼ଙ୍ଗୀ, ଓଲନ୍ଦା ସାରଗାଁ, ସିନ୍ଧିଆ, ଗୋପୀନାଥପୁର, ବାହାବଳପୁର ପ୍ରମୁଖ ପଞ୍ଚାୟତର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଥିଲା ଏବଂ ରାସ୍ତାଘାଟ, ବିଲ ବନ୍ଧ ଇତ୍ୟାଦି କ୍ଷତିଗ୍ରସ୍ତ ହେବା ସଙ୍ଗେସଙ୍ଗେ ଗମନା ଗମନ ବନ୍ଦ ହୋଇଯାଉଥିଲା। ଏହି ବୁଢ଼ାବଳଙ୍ଗ ନଦୀର ଅମୃତିଆ ନାଳର ମୁକୁଳା ମୁହଁ ବନ୍ଦ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ବାରମ୍ବାର ଦାବି ହୋଇଆସୁଥିଲା। ଶେଷରେ ଏହି କାମପାଇଁ ଜଳସମ୍ପଦ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରାୟ ୭୧ଲକ୍ଷ ଟଙ୍କା ବିନିଯୋଗରେ ଏହି କାର୍ଯ୍ୟ ୩ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ସକାଶେ ନିର୍ଦ୍ଦେଶ ଦିଆଯାଇଛି। ଜଳସେଚନ ବିଭାଗର ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରକାଶିତ ଖବରକୁ ଏହି ପଞ୍ଚାୟତ ସମୂହର ଲୋକ, ଚାଷୀକୂଳ ଆନନ୍ଦର ସହିତ ସ୍ୱାଗତ କରିବା ସଙ୍ଗେସଙ୍ଗେ କ୍ରିୟାନୁଷ୍ଠାନ କମିଟି ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି।
Home ଜିଲ୍ଲା ପରିକ୍ରମା ବାଙ୍କତୀରା ଜଳସେଚନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ : କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସନ୍ତୋଷ ପ୍ରକାଶ