Home ଜିଲ୍ଲା ପରିକ୍ରମା ବାଙ୍କତିରା ସରମରା ରାସ୍ତା ପୂର୍ଣ୍ଣଜନ୍ମ ପାଇବ କେବେ!, ଲୋକେ ହେଉଛନ୍ତି ହିନସ୍ଥା

ବାଙ୍କତିରା ସରମରା ରାସ୍ତା ପୂର୍ଣ୍ଣଜନ୍ମ ପାଇବ କେବେ!, ଲୋକେ ହେଉଛନ୍ତି ହିନସ୍ଥା

24

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ବାଙ୍କତିରା ସ୍କୁଲ ଛକରୁ ସରମରା ଭାୟା ତୁମ୍ବାପଦୀ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଟି ଦୀର୍ଘ ବର୍ଷ ଧରି ଖାଲ ଖମାରେ ପଡି ରହିଛି । ଏହି ରାସ୍ତାଟିକୁ ନୂତନ ଭାବେ ପକ୍କା ରାସ୍ତା କରିବାକୁ ଅଞ୍ଚଳବାସୀ ବହୁ ଦାବୀ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଫଳରେ ବର୍ଷ ସାରା ସଂପୃକ୍ତ ଅଞ୍ଚଳର ଲୋକେ ନାନା ଅସୁବିଧା ଭୋଗ କରି ଏହି ରାସ୍ତାରେ ଯା ଆସ କରୁଛନ୍ତି । ୪କି.ମି ବ୍ୟାପି ଏହି ରାସ୍ତା ଟି ବନ୍ତ ପଞ୍ଚାୟତ ସମିତି ଅଧିନରେ ରହିଛି । ବର୍ଷକୁ ଥରେ ରାସ୍ତା ମରାମତି ପାଇଁ ଅର୍ଥ ଆସୁଥିବା ବେଳେ ମୋରମ ଓ ମାଟି ପକାଯାଇ ମରାମତି କରାଯାଇଥାଏ । ବର୍ଷା ଋତୁ ଆସିଲେ ଏହି ରାସ୍ତାଟି ମାଟି ଧୋଇଯାଇ ଖାଲ ଢିପରେ ଜଳାର୍ଣ୍ଣବ ହୁଏ । ଫଳରେ ଲୋକେ ଯିବା ଆସିବାରେ ଅସୁବିଧା ଭୋଗ କରିବା ସହ ପଡି ଖଣ୍ଡିଆ ଖାବରା ହୋଇଥାନ୍ତି । ଏହି ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ କରିବା ନେଇ ପଞ୍ଚାୟତ ପ୍ରତିନିଧି ପୂର୍ବତନ ସରପଞ୍ଚ ଭାଗିରଥୀ ସେଠୀ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପହି, ବର୍ତ୍ତମାନର କାଦବରାଙ୍ଗ ସେବା ସମବାୟ ସମିତି ସଭାପତି ବାସୁଦେବ ଜେନା ପ୍ରମୁଖ ଦାବୀ ଉପସ୍ଥାପନ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିିଁ । ଅନ୍ୟପକ୍ଷରେ ଏହି ରାସ୍ତାଟି ବ୍ଲକ, ତହସିଲ କାର୍ଯ୍ୟାଳୟ, ଥାନା, କଲେଜ, କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବ୍ୟାଙ୍କକୁ ଯିବାରେ ପ୍ରମୁଖ ମାଧ୍ୟମ ଅଟେ । ଏଥିସହ ଏହି ରାସ୍ତା ଉପରେ ନିର୍ଭର କରୁଥିବା କାଦବରାଙ୍ଗ, ଓଡଙ୍ଗ, ବଡବର୍ଚ୍ଚିକୟାଁ ପଞ୍ଚାୟତବାସୀ ଏବଂ ବିଶେଷ କରି ନିକଟସ୍ଥ ବାଙ୍କତିରା ଅଙ୍ଗନୱାଡି କେନ୍ଦ୍ର, ହାଇସ୍କୁଲ, ବନ୍ତଳା ନୋଡାଲ ସ୍କୁଲର ଛାତ୍ର ଛାତ୍ରୀ ମାନେ ଯା ଆସରେ ବର୍ଷାଦିନରେ ହିନସ୍ଥା ଭୋଗୁଛନ୍ତି । ଉପରୋକ୍ତ ବ୍ୟସ୍ତବହୁଳ ରାସ୍ତା ସମସ୍ୟାକୁ ଗୁରୁତ୍ତ୍ୱ ଦେଇ ସ୍ଥାୟୀ ମରାମତି ଦିଗରେ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦୃଢ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.