Home ଓଡ଼ିଶା ବାଘ ଶିକାର ମାମଲାରେ ଶେଷ ବ୍ୟକ୍ତି କୋର୍ଟ ଚାଲାଣ

ବାଘ ଶିକାର ମାମଲାରେ ଶେଷ ବ୍ୟକ୍ତି କୋର୍ଟ ଚାଲାଣ

91

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୭-ନୟାଗଡ ଜିଲ୍ଲା ଖୋଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ବନାଂଚଳରେ ବାଘ ଶିକାରକୁ ନେଇ ଘୋର ତନାଘନା ଚାଲିଥିଲା । ସ୍ୱତନ୍ତ୍ର ଟାକ୍ସ ଫୋର୍ସ ୨ଟି ବାଘଛାଲ ଜବତ କରିବା ପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ଜାମୁଗଣ୍ଡ ଗ୍ରାମର ଲକ୍ଷ୍ମୀଧର ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଥିଲେ । ତା ପରେ ରଣପୁର ବନ ବିଭାଗ ଆଉ ୫ଜଣଙ୍କୁ ସେହି ବାଘ ଶିକାର ର‌୍ୟାକେଟ୍ ର ସହେଯାଗୀ ହିସାବରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଏହି ର‌୍ୟାକେଟ୍ ର ସପ୍ତମ ବ୍ୟକ୍ତି ଭାବରେ ସେହି ଜାମୁଗଣ୍ଡ ଗ୍ରାମର ଦନାର୍ଦ୍ଧନ ବେହେରା ଓରଫ୍ ଦନାରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ରେଂଜର ଶରତ ଚନ୍ଦ୍ର ଶତପଥିଙ୍କର ସୂଚନା ଅନୁଯାୟୀ ଏହି ର‌୍ୟାକେଟ୍ ର ଶେଷ ବ୍ୟକ୍ତି ଥିଲେ ଦନାର୍ଦ୍ଧନ ବେହେରା । ଏହି ବ୍ୟକ୍ତିମାନେ ଗୋଟିଏ ର‌୍ୟାକେଟ୍ ଗଠନ କରି ବାଘ ଶିକାର କରି ଆସୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.