Home ଅପରାଧ ବାଘଛାଲ ଜବତ, ୪ଜଣ ଗିରଫ

ବାଘଛାଲ ଜବତ, ୪ଜଣ ଗିରଫ

514

ମୟୁରଭଞ୍ଜ, ତା ୧୦ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଅସୁରକ୍ଷିତ ବନ୍ୟପ୍ରାଣୀ । ଏହାର ସୁରକ୍ଷା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ଯଥେଷ୍ଟ କର୍ମଚାରୀ ନିଯୁକ୍ତ କରାଯାଇଛି । ଏହା ସତ୍ତ୍ୱେ ନିଯୁକ୍ତ କର୍ମଚାରୀମାନେ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ହେଉକି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେବା ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ଚର୍ଚ୍ଚା ହେଉଛି । ଯାହା ବାଘଛାଲ ଜବତ ସହ ୪ଜଣ ସମ୍ପୃକ୍ତ ଗିରଫ ଘଟଣାରୁ ସ୍ପଷ୍ଟ ହେଉଥିବା ଅଭିଯୋଗ ହେଉଛି । ତେବେ ବାଘ ଶିକାରୀଙ୍କ ସମ୍ପର୍କରେ ସୂଚନା ପାଇ ଦୀର୍ଘ ଅଢେଇମାସରୁ ଉର୍ଦ୍ଧ୍ବ ହେବ ବାଘ ଚମଡ଼ା ଚାଲାଣକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ବନ ବିଭାଗ । ଶେଷରେ ୪ଜଣଙ୍କୁ ଧରିବାରେ ବନବିଭାଗ ସଫଳ ହୋଇଛି । ଅନ୍ୟପଟେ ବନବିଭାଗର କହିବା ଅନୁଯାୟୀ ଶିକାରୀମାନଙ୍କୁ ରେଡ଼ହ୍ୟାଣ୍ଡରେ ଧରିବା ଉଦ୍ଦେଶ୍ୟରେ ବିଭାଗୀୟ କର୍ମଚାରୀ ନିଜେ ଗ୍ରାହକ ହୋଇ ତାଙ୍କ ସହ ଡିଲ କରିଥିଲେ । ଜିନିଷ ଦେଖିଲା ପରେ ଟଙ୍କା ମୂଲଚାଲ ହେବ ବୋଲି କଥା ହୋଇଥିଲା କିନ୍ତୁ ବନବିଭାଗର ଚାଲ ବୁଝିନପାରି ଶେଷରେ ଗତ କାଲି ୬ଟା ସମୟରେ ଯୋଜନା ମୁତାବକ ଯଶୀପୁର ଟଙ୍ଗାବିଲା ନିକଟରେ ବାଘ ଚମଡା ସହିତ ତିନି ଜଣଙ୍କୁ କାବୁ କରିଥିଲେ ବନବିଭାଗ । ପରେ ଆଉ ଜଣଙ୍କୁ ଗିରଫ କରିଥିବା ବେଳେ ସେ ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ବୋଲି ଜଣାପଡିଛି । ବାଘ ଚମଡା କାରବାରରେ ଆହୁରି ଅଧିକ ଲୋକ ସମ୍ପୃକ୍ତ ଥିବା ନେଇ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.