Home ଓଡ଼ିଶା ବାଘଛାଲ ଜବତ ଘଟଣାର ମୁଖ୍ୟ ସହଯୋଗୀ ଗିରଫ

ବାଘଛାଲ ଜବତ ଘଟଣାର ମୁଖ୍ୟ ସହଯୋଗୀ ଗିରଫ

35

କୋରାପୁଟ : ୩/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ବନାଞ୍ଚଳରେ ଗତମାସ ବାଘଛାଲ ବିକ୍ରି କରିବା ପାଇଁ ମୁଲ ଚାଲ କରିବା ସମୟରେ ପୂର୍ବରୁ ଖବର ପାଇଥିବା ଏସ୍ଟିଏପ ଟିମ ଅଭିଯୁକ୍ତକୁ ଗିରଫ କରିଥିଲେ। ଉକ୍ତ ଘଟଣାରେ ସଂପୃକ୍ତ ଅନ୍ୟ ସହଯୋଗୀ କୃପା ନାୟକ (୭୪) କୁ ଗିରଫ କରିବାରେ ସପଳ ହାଇଛି। ଗୁପ୍ତେଶ୍ଵର ବନବିଭାଗ ଗିରଫ ବ୍ୟକ୍ତି ଜଣକ ରାମଗିରି ରତାଖଣ୍ଡି ଗ୍ରାମର ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। ପ୍ରକାଶ ଥାଉକି ଗତ ଜୁଲାଇ ମାସ ୧୯ ତାରିଖ ଦିନ ଏକ କଲରା ପତରିଆ ବାଘଛାଲ ଚୋରାରେ ଚାଲାଣ କରୁଥିବା ବେଳେ ଦଣ୍ଡାବାଡ଼ି ଗ୍ରାମପଞ୍ଚାୟତର ଗୌଡ଼ଗୁଡ଼ା ଗ୍ରାମର ମାନହର ଗୌଡ଼ (୨୨)କୁ ଏସ୍ଟିଏପ ଟିମ ଗିରଫ କରିବା ସହ ବାଘଛାଲ ଜବତ କରିବାରେ ସକ୍ଷମ ହୋଇଥିଲେ। ମନହର କୁନ୍ଧୁରା ବ୍ଲକ ବାଗଦେବୀ ଗ୍ରାମର ଜୈନକ ଗ୍ରାହକ ସହ ୬୯ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ମୁଲଚାଲ ହୋଇଥିବା ଏସ୍ଟିଏପ ଓ ବନବିଭାଗ ନିକଟରେ ସ୍ୱୀକାର କରିଥିଲା। ବାଘଛାଲ ସହିତ ମନହୋର ରାମଗିରି ନିକଟସ୍ଥ ଏକ ଜଙ୍ଗଲରେ ଗ୍ରାହକକୁ ଅପେକ୍ଷା କରିଥିବା ବେଳେ ପୂର୍ବରୁ ସୂଚନା ପାଇଥିବା ଏସ୍ଟିଏପ ଗିରଫ କରିବା ସହ ସେ ବ୍ୟବହାର କରୁଥିବା ବାଇକ ଜବତକରି ଗୁପ୍ତେଶ୍ଵର ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡେଇଙ୍କୁ ହସ୍ତାନ୍ତର କରିଥିଲେ ।ତେବେ ଚୋରା କାରବାର ରେ ଏକାଧିକ ବ୍ୟକ୍ତି ସଂପୃକ୍ତ ରହିଥିବା ସନ୍ଦେହ କରିବା ଓ ଅନ୍ୟମାନଙ୍କ ସମ୍ପର୍କରେ ବନବିଭାଗ ତରପରୁ ତଦନ୍ତ ରଖାଯାଇଥିଲା। ତେବେ ମଙ୍ଗବାର ଅନ୍ୟତମ ସହଯୋଗୀ କୃପା ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗୁପ୍ତେଶ୍ଵର ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.