Home ଜିଲ୍ଲା ପରିକ୍ରମା ବାଗ୍ମୀ ପ୍ରଫୁଲ ପଣ୍ଡାଙ୍କ ପଂଚମ ବାର୍ଷିକ ସ୍ମୃତି ଉତ୍ସବ

ବାଗ୍ମୀ ପ୍ରଫୁଲ ପଣ୍ଡାଙ୍କ ପଂଚମ ବାର୍ଷିକ ସ୍ମୃତି ଉତ୍ସବ

7

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗଞ୍ଜାମାଳ ଗ୍ରାମ ଠାରେ ବିଶିଷ୍ଟ ସାରସ୍ୱତ ସାଧକ, ନାଟ୍ୟ ଗଭେଷକ, ସମୀକ୍ଷକ ସ୍ୱର୍ଗତ ପ୍ରଫୁଲ ପଣ୍ଡାଙ୍କ ସ୍ମୃତି ଉତ୍ସବ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବି, ସାହିତ୍ୟିକ, ସମାଜସେବୀ ମାନଙ୍କ ଗହଣରେ ମହାସମାରୋହରେ ପାଳିତ ହୋଇ ଯାଇଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାଇଧର ବିଶ୍ୱାଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ କୃଷିକବି ଅରୁଣ ପାତ୍ର, ମୁଖ୍ୟବକ୍ତା ଭାବରେ ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ – ସଂସ୍କୃତ ବିଦ୍ୱାନ ପ୍ରମୋଦ ନାୟକ, ସମ୍ମାନିତ ଅତିଥି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଲୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଅନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ସାମଲ, ଡା. ସଞ୍ଜୟ ଦାସ, ଧାମନଗର ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଅଶୋକ ନାୟକ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ, ପ୍ରଫେସର ଅଟଳ ବିହାରି ନାୟକ, ସଂଗୀତକାର ସୁବାସ ମଲ୍ଲିକ, ଲକ୍ଷ୍ମୀକାନ୍ତ ରାଉତ, ନାଟ୍ୟକାର ନିର୍ମଳ ରାଉତ, କବି ଆରୁପାନନ୍ଦ, ଏନ୍‌.କେ. ଦେବଶର୍ମା, ସରପଂଚ ପଦ୍ମାବତୀ ପୃଷ୍ଟି, ସମିତିସଭ୍ୟ ବଟକୃଷ୍ଣ ଜେନା, ଆନନ୍ଦ ବଜାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ, ପ୍ରମୁଖ ଯୋଗଦେଇ ପ୍ରଫୁଲ ପଣ୍ଡା ଜଣେ ବିସ୍ମୟ ସାରସ୍ୱତ ପ୍ରତିଭା ଥିଲେ ବୋଲି ମତ ପୋଷଣ କରିଥିଲେ। ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଗୀତ ପରିବେଷଣ କରିଥିବା ବେଳେ କଳାକାର କାଳନ୍ଦୀ ମଲ୍ଲିକ ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ, ବିଶିଷ୍ଟ କବି ସାରଥି ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଙ୍ଗୀତ ବିଦ୍ୟାଲୟର ସମ୍ପାଦକ ଜଗନ୍ନାଥ କର ସଭା ସଂଯୋଜନା କରିଥିଲେ। ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ଅରୁଣ ବାରିକ, ଚିତ୍ରଶିଳ୍ପୀ ପ୍ରଭାତ ଜେନା, କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ନରେନ୍ଦ୍ର ସାମଲ, ବିଶିଷ୍ଟ ସଙ୍ଗୀତ ଶିଳ୍ପୀ କୁମାର୍ ଗୌତମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗୀତକାର ରାମନାରାୟଣ ପଣ୍ଡାଙ୍କ ସଂଯୋଜନାରେ ସନ୍ତୋଷୀ, ଯାଜ୍ଞସେନି ଓ ପ୍ରୀୟାଂଶି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। କବି ମନୋଜ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଚାଳନାରେ ସହଯୋଗ କରିଥିଲେ ତାପସ ପଣ୍ଡା, ମାନସ ପଣ୍ଡା, ଉତ୍କଳମଣି ପଣ୍ଡା, ଲଲାଟେନ୍ଦୁ ପଣ୍ଡା, ସ୍ୱାଗତିକା ପଣ୍ଡା, ମହାପ୍ରସାଦ ପଣ୍ଡା, ଅମୂଲ୍ୟ ନାଥ, ଉମାକାନ୍ତ ପୁଂଟିଆ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.