Home ଆନ୍ତର୍ଜାତୀୟ ବାଗଦାଦରେ ଆମେରୀକାର ଦୂତାବାସ ଉପରେ ରକେଟ ହମଲା କଲା ଇରାନ !

ବାଗଦାଦରେ ଆମେରୀକାର ଦୂତାବାସ ଉପରେ ରକେଟ ହମଲା କଲା ଇରାନ !

693

ନୂଆ ଦିଲ୍ଲୀ ୪-୧ (ଓଡ଼ିଆ ପୁଅ) ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ି ସବୁଠାରୁ ବିପଦପୂର୍ଣ୍ଣ ସ୍ତରରେ ପହଁଚିଛି। ଶନିବାର ରାତିରେ ଇରାକର ରାଜଧାନୀ ବାଗଦାଦରେ ଆମେରୀକାର ଦୂତାବାସ ଉପରେ ତିନୋଟି ରକେଟରେ ଆକ୍ରମଣ କରିଛି। ମାନାଯାଉଛିଯେ, ଏହି ଆକ୍ରମଣ ଇରାନ ତରଫରୁ କରାଯାଇଛି। କୁହାଯାଉଛି କି ତିନୋଟି ରକେଟରେ ଆକ୍ରମଣ କରାଯାଇଛି। ଆମେରୀକାର ଦୁତାବାସ ନିକଟରେ ଥିବା ସଡ଼କକୁ ବନ୍ଦ କରାଯାଇଛି। ଆମେରୀକାର ଦୂତାବାସ ନିକଟରେ ଏବଂ ଆମେରୀକାର ଏୟାରବେସ ଉପରେ ଏହି ଆକ୍ରମଣ ହୋଇଛି। ଦୁଇଟି ରକେଟ ଦୂତାବାସ ନିକଟରେ ମାଡ଼ ହୋଇଛି।

ଆମେରୀକାର ସେନା ଗୋଟିଏ ଦିନ ପୂର୍ବରୁ ହିଁ ଇରାନୀ ସେନାର ଟପ କମାଣ୍ଡର ସୁଲେମାନୀଙ୍କୁ ଏକ ଆକ୍ରମଣରେ ହତ୍ୟାକ କରିଦେଇଥିଲା। ତା’ ପରେ ଇରାନ ଚେତାବନୀ ଦେଇଥିଲା କି ଆମେରିକାକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଆମେ ଏହାର ପ୍ରତିଶୋଧ ନେବୁ। ତା’ କିଛି ଘଣ୍ଟା ପରେ ହିଁ ଆମେରୀକାର ଦୂତାବାସ ଉପରେ ଆକ୍ରମଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.