Home ଜିଲ୍ଲା ପରିକ୍ରମା ବାଉଦପୁର ବାଲିଯାତ୍ରା ଉତ୍ସବରେ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ବାଉଦପୁର ବାଲିଯାତ୍ରା ଉତ୍ସବରେ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

26

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲିଯାତ୍ରା ମାତ୍ର ଏକ ଉତ୍ସବ ନୁହେଁ, ଏହା ଆମ ଐତିହ୍ୟ, ଆସ୍ଥା ଓ ଓଡ଼ିଆ ସଂସ୍କୃତିର ଜୀବନ୍ତ ପ୍ରତୀକ। ପ୍ରଭୁ ନିତାଇଗୌରାଙ୍ଗ ଓ ପ୍ରଭୁ ହରିହରଙ୍କ କୃପାରେ ଆମ ଭଦ୍ରକ ର ପବିତ୍ର ମାଟି ଶାନ୍ତି, ସମୃଦ୍ଧି ଓ ଉନ୍ନତିରେ ଭରିଯାଉ ବୋଲି ବାଉଦପୁର ବାଲିଯାତ୍ରା ଉତ୍ସବରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ବ୍ଲକ ଅନ୍ତର୍ଗତ ବାଉଦପୁର ଗ୍ରାମ ପଂଚାୟତରେ ଆୟୋଜିତ ବାଲିଯାତ୍ରା ଉତ୍ସବରେ ପ୍ରଭୁ ନିତାଇଗୌରାଙ୍ଗ ଓ ପ୍ରଭୁ ହରିହରଙ୍କ ମନ୍ଦିରରେ ପହଂଚି ପୂଜା ଅର୍ଚ୍ଚନା କରିଥିଲେ ଶ୍ରୀ ସାମଲ। ଏହି ଅବସରରେ ଉପସ୍ଥିତ ଥିଲେ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ବରୁଣ ଚାନ୍ଦ, ପୂଜା କମିଟିର କର୍ମକର୍ତାଙ୍କ ସମେତ ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ଯୁବନେତା ଦେବାଶିଷ ଭାରତୀ, ଛାତ୍ର ନେତା କାମେଶ ବାରିକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.