Home ଜିଲ୍ଲା ପରିକ୍ରମା ବାଇକ ଧକ୍କାରେ ଜଣକର ମୃତ୍ୟୁ

ବାଇକ ଧକ୍କାରେ ଜଣକର ମୃତ୍ୟୁ

11

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଭଦ୍ରକ ୧୬ନମ୍ୱର ଜାତୀୟ ରାଜପଥର ତିଶଳପୁର ଛକରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଜି ତାର ଅନତି ଦୂରରେ ଏକ ବାଇକ ଦୁର୍ଘଟଣାରେ ଜଣକର ଜୀବନ ଯାଇଥିବା ଜଣା ପଡିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଏକ ବାଇକ ଯୋଗେ ଚରମ୍ପାରୁ ରାଣୀତାଲ ଆଡ଼କୁ ଆସୁଥିବା ବେଳେ କ୍ରିଷ୍ଣା ଢ଼ାବା ସମ୍ମୁଖରେ ଦୀନେଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ରାସ୍ତା ପାର ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ! ଘଟଣା ସ୍ଥଳରେ ଦୀନେଶଙ୍କର ମୃତ୍ୟୁ ହୋଇ ଥିବା ବେଳେ ଖବର ପାଇଁ ପୋଲିସ ପହଁଚି ବାଇକକୁ ଜବତ କରିଥିବା ବେଳେ ଚାଳକ ଫେରାର ଥିବା ଜଣାପଡିଛି! ଖବର ଲେଖା ହେବା ବେଳକୁ ଜାତୀୟ ରାଜପଥର ଦୁଇ ପାର୍ଶ୍ୱ ଜାମ ହୋଇ ଯାଇଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.