Home ଅନୁଗୁଳ ବାଇକ ଦୁର୍ଘଟଣାରେ ଯୁବ କନଷ୍ଟେବଳ ମୃତ

ବାଇକ ଦୁର୍ଘଟଣାରେ ଯୁବ କନଷ୍ଟେବଳ ମୃତ

393

ପାଳଲହଡ଼ା,୨୪/୪(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ):୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ପାଳଲହଡା କାଉଶିରିପାଲି ଅଞ୍ଚଳର ଯୁବ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। ଖବରରୁ ଜଣାଯାଏ ପାଳଲହଡା କାଇଁଶିରିପାଲି ଗାଁର ବସନ୍ତ କୁମାର ଗାଗରାଇ (ବୟସ ୩ ୯) ଅନୁଗୋଳ ଜିଲ୍ଲାର ରେଙ୍ଗାଳି ଥାନାରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ କରନ୍ତି । ସେ ଗତକାଲି ସନ୍ଧ୍ୟା ସମୟରେ ନିଜ ଡ୍ୟୁଟି ସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ତେବେ ସନ୍ଧ୍ୟା ପ୍ରାୟ ସାଢେ଼ ଛଅ ଘଟିକା ସମୟରେ ବର୍ଷା ଝଡ ତୋଫାନର ଘନ ଅନ୍ଧାର ଭିତରେ ପାଳଲହଡା ଠାରୁ ତିନି କିଲୋମିଟର ଦୁର ଝିମିରିପାଲି ନିକଟସ୍ଥ ପେଟ୍ରୋଲ ପମ୍ପ ଠାରେ କିଛି ବଳଦ ଜଙ୍ଗଲ ମଧ୍ୟରୁ ହଠାତ ବାହାରି ଆସି ବସନ୍ତ ଗାଗରାଇଙ୍କ ବାଇକରେ ବାଡେଇ ହୋଇ ଥିଲେ । ଯାହା ଫଳରେ ଭାରସାମ୍ୟ ହରାଇ କନେଷ୍ଟବଳ ବସନ୍ତ କିଛି ଦୁରକୁ ଛିଟିକି ହୋଇ ପଡିଥିଲେ । ଦୀର୍ଘ ସମୟ ପଡି ରହିବା ପରେ ସ୍ଥାନୀୟ ଗାଁ ଲୋକଙ୍କ ନଜରରେ ଆସିବାରୁ ସେମାନେ ପାଳଲହଡା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପାଳଲହଡା ପୋଲିସ କନେଷ୍ଟବଳ ବସନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବା ମାତ୍ରେ ଡାକ୍ତରଖାନା ପରିବେଶ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପାଳଲହଡା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.