Home ଜିଲ୍ଲା ପରିକ୍ରମା ବାଇକ୍ ରାକେଟର ପର୍ଦ୍ଦାଫାସ, ୨ ଗିରଫ, ୮ ବାଇକ୍ ଜବତ

ବାଇକ୍ ରାକେଟର ପର୍ଦ୍ଦାଫାସ, ୨ ଗିରଫ, ୮ ବାଇକ୍ ଜବତ

15

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ସାବରଙ୍ଗ ଥାନା ପୁଲିସ୍ ଏକ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ କରିଛି । ୮ଟି ଚୋରି ବାଇକ୍ ସମେତ ଏକ ମୋବାଇଲ୍ ଜବତ କରିଛି । ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ତିହିଡି, ସିମୁଳିଆ, ବାସୁଦେବପୁର, ଭଦ୍ରକ ଆଦି ଥାନା ଅଂଚଳରୁ ବାଇକ୍ ଚୋରିକରି ଅନ୍ୟଆଡେ ଚାଲାଣ କରୁଥିବାର ଜଣାପଡିଛି । ସାବରଙ୍ଗ ଥାନାଧିକାରୀ ରାନା ବାସଲାଙକ୍ ସୂଚନା ଅନୁଯାୟୀ ଏକ ବିଶେଷ ସୂତ୍ରରୁ ସୂଚନା ପାଇ ପାଟ୍ରୋଲିଂ ଟିମ୍ ସେରପୁର ଅଂଚଳର ରତିକାନ୍ତ ଗିରି ଓରଫ ପବନ ଘରେ ଚଢଉ କରିଥିଲା । ଚଢାଉବେଳେ ତାଙ୍କ ଘରୁ ଏକ ବାଇକ୍ ଜବତ ହୋଇଥିଲା । ସେହି ବାଇକ୍ ଚୋରାରେ ଅଣାଯାଇଥିବା ଜଣାପଡିଥିଲା । ପୁଲିସ୍ ନିଜ ଆଡୁ ରତିକାନ୍ତଙ୍କ ନାମରେ କେଶ୍ ନଂ ୨୧/୨୪ ରେ ମାମଲା ରୁଜୁ କରି ତଦନ୍ତ ଆଗକୁ ବଢାଇଥିଲା । ରତିକାନ୍ତ ସହଯୋଗୀ ଦୋଳସାହି ଅଂଚଳର ରାଢଙ୍ଗ ଗ୍ରାମର ରତ୍ନାକର ନାୟକଙ୍କ ପୁଅ ପରମେଶ୍ୱରକୁ ଧରିଥିଲେ । ଉଭୟଙ୍କୁ ଜେରା କରାଯାଇଥିଲା । ଜେରା ବେଳେ ସେମାନେ ବିଭିନ୍ନ ସ୍ଥାନରେ ରଖିଥିବା ଚୋରା ବାଇକ୍ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ପୁଲିସ୍ ଟିମ୍ ସେହି ସବୁ ଜାଗାରେ ଚଢାଉ କରି ୮ଟି ବାଇକ୍ ସହ ଏକ ମୋବାଇଲ୍ ଜବତ କରିଛି । ଉକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ପୁଲିସ୍ ଦଫା ୩୭୯ / ୪୧୧ ଲଗାଇ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.