Home କେନ୍ଦୁଝର ବାଇକ୍ ପଛରେ ଧକ୍କା ଦେଲା ସ୍କୁଟି, ସ୍କୁଟି ଆରୋହୀ ଗୁରୁତର

ବାଇକ୍ ପଛରେ ଧକ୍କା ଦେଲା ସ୍କୁଟି, ସ୍କୁଟି ଆରୋହୀ ଗୁରୁତର

70

ହରିଚନ୍ଦନପୁର,ତା ୮ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବରୋଗୋଡା ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍ ପଛରେ ଧକ୍କା ଦେଲା ସ୍କୁଟି, ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ ଆଜି ସକାଳ ୮ଘଟିକା ସମୟରେ ଦୈତାରୀ ଥାନା ରେବଣାପଳାଶପାଳ ଗ୍ରାମର ସୁଦର୍ଶନ ମହାରଣାଙ୍କ ପୁଅ ସଞ୍ଜୟ ମହାରଣା(୨୭) ଓ ଗ୍ରାମର ମନୋଜ କୁମାର ନାଏକ ଏକ ସ୍କୁଟି ଯୋଗେ ଢେଙ୍କିକୋଟ ଯାଉଥିଲେ । ଯାଉଥିବା ସମୟରେ ବରୋଗୋଡା ଛକ ନିକଟରେ କୌଣସି କାରଣରୁ ସାମ୍ନାରେ ଯାଉଥିବା ଏକ ପଲସର ପଛରେ ଧକ୍କା ଦେଇଥିଲେ । ଫଳରେ ଗାଡିରୁ ଛିଟିକି ପଡ଼ି ଆରୋହୀ ସଞ୍ଜୟ ଗୁରୁତର ହୋଇଥିବା ବେଳେ ସାଥିରେ ଥିବା ମନୋଜ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ସଞ୍ଜୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.