Home ଅପରାଧ ବାଇକ୍ ପଛରେ ଧକ୍କା ଦେଲା ପିକପ୍ ଭ୍ୟାନ୍, ବାଇକ୍ ଆରୋହୀ ମୃତ, ଉତ୍ୟକ୍ତ ଲୋକଙ୍କ ଦ୍ୱାରା...

ବାଇକ୍ ପଛରେ ଧକ୍କା ଦେଲା ପିକପ୍ ଭ୍ୟାନ୍, ବାଇକ୍ ଆରୋହୀ ମୃତ, ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ

254

ହରିଚନ୍ଦନପୁର,ତା ୧୬ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶଗଡପଟା ଛକ ନିକଟରେ ବାଇକ୍ ପଛରେ ଧକ୍କା ଦେଲା ପିକପ୍ ଭ୍ୟାନ୍ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ପିକପ୍ ଭ୍ୟାନଟି ରାସ୍ତା କଡକୁ ଓଲଟି ପଡିଥିଲା । ଖବର ଅନୁଯାୟୀ ଆଜି ସନ୍ଧ୍ୟା ୫ଘଟିକା ସମୟରେ(ଓଡି ୦୨ ୨ଟି ୦୯୩୭) ନମ୍ବର ପିକପ୍ ଭ୍ୟାନଟି ବାଇକ୍ ପଛରେ ଧକ୍କା ଦେଇଥିଲା । ଗାଡ଼ିଟି ଦୈତାରୀ ଅଭିମୁଖେ ଯାଉଥିବା ବେଳେ ଶଗଡପଟା ଛକ ନିକଟରେ କୈାଣସି କାରଣରୁ ଏକ ବାଇକ୍ ପଛରେ ଧକ୍କା ଦେଇ ରାସ୍ତା କଡ଼ରେ ଓଲଟି ପଡିଥିଲା । ବାଇକରେ ଉକ୍ତ ଗ୍ରାମର ରାଜକିଶୋର ନାଏକ(୪୨) ଭଗାମୁଣ୍ଡା ଠାରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକମାନେ ପିକପ୍ ଭ୍ୟାନ ଡ୍ରାଇଭର ତନ୍ମୟ ମହାନ୍ତକୁ ମାଡ଼ ମାରିବା ସହ ବାନ୍ଧି ପକାଇଥିଲେ । ରାଜକିଶୋରକୁ ଗୁରୁତର ଅବସ୍ଥାରେ କଟକରୁ ଆସୁଥିବା ଏକ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ପିକପ୍ ଭ୍ୟାନଟି ଯଶିପୁର ଅଞ୍ଚଳର ମିନକେତନ ସେଠୀଙ୍କ ନାମରେ ରହିଛି ବୋଲି ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଗାଡିଗୁଡିକୁ ଜବତ କରିବା ସହ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଡ୍ରାଇଭରଙ୍କୁ ପୋଲିସ ହେପାଜତରେ ଦେଇଥିଲେ ଓ ରାସ୍ତା ଅବରୋଧ ହଟିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.