Home ଜିଲ୍ଲା ପରିକ୍ରମା ବାଇକ୍ ଦୁର୍ଘଟଣା,ଚାଳକ ଗୁରୁତର

ବାଇକ୍ ଦୁର୍ଘଟଣା,ଚାଳକ ଗୁରୁତର

50

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ସ୍ଥିତ ନରାଜପୁର ଗ୍ରାମବାସୀ ତଥା ମେକାନିକ ରଂଜନ ଶତପଥୀ(୪୨)ଗତକାଲି ରାତିରେ ଆଗରପଡ଼ା ବଜାରରେ ଥିବା ଦୋକାନ ବନ୍ଦ କରି ବାଇକ୍ ଯୋଗେଁ ଘରକୁ ଫେରୁଥିବା ବେଳେ କୁଆଁସମଢିଆ ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରବଳ ବର୍ଷା ସାଙ୍ଗକୁ ବିଦ୍ୟୁତ୍ କାଟ ହୋଇଥିବାରୁ ରଂଜନ ଆଗରେ ଠିଆହୋଇଥିବା ଏକ ଟ୍ରକ୍‌କୁ ଠିକ୍ ଭାବେ ଦେଖି ନ ପାରିବାରୁ ବାଇକ୍‌ଟି ଟ୍ରକ୍ ପଛପଟେ ପିଟି ହୋଇଯାଇଥିଲା । ଯଦ୍ୱାରା ସେ ରାସ୍ତାକୁ ଛିଟିକି ପଡ଼ିଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ୍ ଲାଗିବା ସହ ହିରୋହୁଣ୍ଡା ବାଇକ୍‌ଟି ଭାଙ୍ଗିରୁଜି ଯାଇଥିଲା । ରଂଜନକୁ ଆହତ ଅବସ୍ଥାରେ ଆଗରପଡ଼ା ପୋଲିସ ଉଦ୍ଧାର କରି ପ୍ରଥମେ ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେ ବର୍ତ୍ତମାନ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.