Home Top News ବାଇକ୍ ଡିକି ଭାଙ୍ଗି ରୁ ୫୦ ହଜାର ଟଙ୍କା ଲୁଟ

ବାଇକ୍ ଡିକି ଭାଙ୍ଗି ରୁ ୫୦ ହଜାର ଟଙ୍କା ଲୁଟ

49

ପିପିଲି ୮-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପିପିଲି ଅଞ୍ଚଳରେ ଲୁଟେରାଙ୍କ ପୁଣି ଆରମ୍ଭ ହୋଇଛି ଆତଙ୍କରାଜ। ନା ପୋଲିସକୁ ଅଛି ଭୟ ନା ଲୋକଙ୍କୁ ଅଛି ଭୟ। ଦିନ ଦ୍ଵି ପ୍ରହରରେ ଲୁଟି ନେଉଛନ୍ତି ଟଙ୍କା। ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇ ଥିବା ବେଳେ ପିପିଲି ପୋଲିସ ର ନିଷ୍କ୍ରିୟତା କୁ ନେଇ ତୀଵ୍ର ଅସନ୍ତୋଷ ଏବେ ପିପିଲି ଅଞ୍ଚଳରେ। ଏଥର ଲୁଟେରା ମାନେ ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା’ ଦୋକାନ ସମ୍ମୁଖରୁ ଜଣେ ବ୍ୟବସାୟୀଙ୍କ ବାଇକ୍‍ ଡିକିରୁ ୫୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗତକାଲି ଅନନ୍ତପୁର ଗ୍ରାମର ବ୍ୟବସାୟୀ ଧୃବଚରଣ ପ୍ରଧାନ ପୂର୍ବାହ୍ନରେ ପିପିଲି ଥାନା ମଠସାହି ଛକରେ ଥିବା ଏସ୍‍ବିଆଇ ଭାରତୀପୁର ଶାଖାରୁ ୫୦ହଜାର ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କାକୁ ସେ ନିଜ ବାଇକ୍‍ ଡିକିରେ ରଖି ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିଲେ। ତେବେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଉକ୍ତ ଦୋକାନ ସମ୍ମୁଖରେ ଥିବା ତାଙ୍କ ବାଇକ୍‍ ଡିକିର ତାଲାକୁ ଖୋଲି ଜଣେ ଦୁର୍ବୁତ୍ତ ଡିକି ମଧ୍ୟରୁ ୫୦ ହଜାର ଟଙ୍କା ନେଇ ଫେରାର୍‍ ହୋଇଯାଇଥିଲା।

https://twitter.com/odiapuanews/status/1468410972637302787

ପରେ ଧୃବଚରଣ ଏ ସଂପର୍କରେ ଜାଣିବା ପରେ ବ୍ୟାଙ୍କ ଓ ଉକ୍ତ ଦୋକାନ ନିକଟରେ ଲାଗିଥିବା ସିସିଟିଭିକୁ ନେଇ ଯାଞ୍ଚ କରିବାରେ ୪ଜଣ ଦୁର୍ବୁତ୍ତ ତାଙ୍କୁ ବ୍ୟାଙ୍କରୁ ପିଛା କରିଥିବା ଓ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ବାଇକ୍‍ ଡିକିର ତାଲାକୁ ଖୋଲି ଟଙ୍କା ନେଇ ଯାଇଥିବା ସଂପର୍କରେ ଜାଣିବାକୁ ପାଇଥିଲେ। ଏ ସଂପର୍କରେ ସେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିବା ସହ ଚୋରି ସମୟର ସିସିଟିଭି ଫୁଟେଜ୍‍କୁ ପୁଲିସକୁ ଦେଇଥିବା ସୂଚନା ମିଳିଛି। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସିସିଟିଭି ଫୁଟେଜ୍‍କୁ ନେଇ ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଅପରାଧିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି। ସେପଟେ ପିପିଲି ଅଞ୍ଚଳରେ ଲୁଟେରା ଙ୍କ ଦୌରାତ୍ମ୍ୟ କୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ତୁରନ୍ତ ପୋଲିସ ଲୁଟେରା ଙ୍କୁ ଗିରଫ କରିବାକୁ ସାଧାରଣ ରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.