Home ଜିଲ୍ଲା ପରିକ୍ରମା ବାଇକରୁ ପଡ଼ି ଯୁବକ ଗୁରୁତର

ବାଇକରୁ ପଡ଼ି ଯୁବକ ଗୁରୁତର

57

ବାହାନଗା, ୩୧ା୧୦(ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ଜଣେ ଯୁବକ ବାଇକରୁ ପଡ଼ି ଗୁରତର ହୋଇ ଥିବାର ଜଣାପଡ଼ିଛି । ଯୁବକ ଜଣକ ହେଲେ ବିକ୍ରମକସବା ଗ୍ରାମର ପ୍ରଭାସ ମଲ୍ଲିକଙ୍କ ପୁଅ ଅମିତ (୨୫) । ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଅମିତ ଓ ତାର ସହଯୋଗୀ ଟାଇଲସ କାମ ପାଇଁ ଯାଇଥିଲେ । ସେ ଜୁଣିଆବଜାର ଆଡ଼ୁ ଏକ ପଲସର ବାଇକରେ ୩ଜଣ ଆସୁ ଥିବା ବେଳେ ଗୋପାଳପୁର ବଜାରରେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ । ସେଠାରେ ବଜାର ବ୍ୟବସାୟୀ ତାଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲେଶ୍ୱର ସଦର ହସପିଟାଲ ପଠାଇ ଦେଇ ଥିବାର ଜଣାପଡ଼ିଛି । ଅମିତଙ୍କ ମୁଣ୍ଡ ହାତରେ ଗଭୀର ଆଘାତ ଲାଗିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.