ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଇକରେ କୋର୍ଟ ଚାଲାଣ ବେଳେ ଚଂପଟ ମାରିଲା ଆସାମୀ । ଆସାମୀକୁ କୋର୍ଟ ଚାଲାଣ ବେଳେ ପୋଲିସ କବଜା ରୁ ଡେଇଁ ଫେରାର । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଏକ ଚେକ ବାଉଁସ କେସରେ ଆସାମୀ କୁ ଧରିଥିଲା ପୁରୁଣା ବଜାର ପୋଲିସ । ପରେ କୋର୍ଟ ଚାଲାଣ କରୁଥିଲା ପୁରୁଣାବଜାର ପୋଲିସ । ତେବେ ଆସାମୀ କୁ ବାଇକ ଯୋଗେ ନେଉଥିବା ବେଳେ ନେହେରୁ ଷ୍ଟାଡିୟମ ନିକଟ ଏକ ହୋଟେଲ ଠାରେ ବାଇକ ରୁ ଡେଇଁ ଆସାମୀ ଫେରାର ହୋଇଯାଇଥିଲା । ପରେ ପୋଲିସ ର ୩ ଟି ଟିମ ଆସାମୀ କୁ ଖୋଜିବା ରେ ନିୟୋଜିତ ହେବା ସହ ଆଖପାଖ ହୋଟେଲ ରେ ସିସିଟିଭି ଯାଂଚ କରୁଛି ପୋଲିସ । ଘଟଣା ବିଷୟ ରେ ମୁହଁ ଖୋଲିନାହିଁ ପୋଲିସ ।