Home ଗଞ୍ଜାମ ବାଃ ବାଃରେ ସୁରକ୍ଷା ବ୍ୟବସ୍ଥା – ବିନା ଅଧୀକାରିରେ ଚାଲିଛି ଫାଣ୍ଡି

ବାଃ ବାଃରେ ସୁରକ୍ଷା ବ୍ୟବସ୍ଥା – ବିନା ଅଧୀକାରିରେ ଚାଲିଛି ଫାଣ୍ଡି

199

ହାତୀଓଟ ୧୫/୦୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଳକ୍ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଆଜକୁ ବହୁବର୍ଷ ଧରି କବିସୂର୍ଯ୍ୟନଗର ଥାନା ଅଧୀନରେ ବାଲିଛାଇଠାରେ ୧୯୬୨ ମସିହାରେ ଲୋକମାନଙ୍କ ଧନ ଜୀବନ ସୁରକ୍ଷା ଦୃଷ୍ଟିରୁ ଏକ ଭଡାଘରେ ଫାଣ୍ଡି ଆରମ୍ଭ ହୋଇ ଚାଲି ଆସୁଥିଲା। କିନ୍ତୁ ଅଳ୍ପ ଦିନ ତଳେ ନିଜସ୍ୱ ଗୃହ ନିର୍ମାଣ ହେବା ପରେ ନୂତନ ଘରକୁ ସ୍ଥାନାନ୍ତର ହୋଇଅଛି। ଜନ ସଂଖ୍ୟାକୁ ଆଧାର କରି ଏହି ଫାଣ୍ଡି ଅଧୀନରେ ପୋଲସରା ବ୍ଳକର ହାତୀଓଟ, ବାଲିଛାଇ, ବର୍ତିନି ପଂଚାୟତର, ଝିଟିକାବାଡି- କୁଆନନ୍ଦ, ରୁମାଗଡ ପଂଚାୟତର ଖପରାଗଣ୍ଡା, ଭାଟଖାଲି, ଜକର, ଘୋଡାପଲାଣ ଭଳି ପଂଚାୟତ ସହ କବିସୂର୍ଯ୍ୟନଗର ବ୍ଳକର ସୁବଳୟା, କନିଆରୀ, ବରିଡା, ବୋରସିଙ୍ଗ୍, ଜମୁନା, ସୁନାପଲ୍ଲୀ ଭଳି ଅତ୍ୟାଧୀକ ଲୋକ ବସବାସ କରୁଥିବା ପଂଚାୟତମାନ ଅନ୍ତର୍ଭୁକ୍ତ। କିନ୍ତୁ ଏ ସମସ୍ତ ପଂଚାୟତର ଲୋକ ସଂଖ୍ୟାକୁ ଯଦି ତୁଳନା କରାଯାଏ ତାହେଲେ ଲୋକ ସଂଖ୍ୟା ପ୍ରାୟ ପଚାଶ ହଜାର ରୁ ଉଦ୍ଦ୍ୱର୍ ହେବ। କିନ୍ତୁ ଏ ଫାଣ୍ଡି ଅଂଚଳର ଲୋକମାନେ ବହୁବର୍ଷ ଧରି ଫାଣ୍ଡିକୁ ଏକ (ଏସ.ଆଇ) ଅଧିକାରିକୁ ତୁରନ୍ତ ନିଯୁକ୍ତି କରିବା ପାଇଁ ବହୁବାର ଗଞ୍ଜାମ ଜିଲ୍ଲା ଅରକ୍ଷୀ ଅଧୀକାରିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଫଳରେ ସେତେବେଳର ଗଞ୍ଜାମ ଆରକ୍ଷୀ ଅଧିକାରୀ ଆଶିଷ ସିଙ୍ଗ୍ଙ୍କ ସହଯୋଗରେ ୨୦୧୨ ମସିହାରେ ଫାଣ୍ଡିକୁ ଏକ ଅଧିକାରୀ ନିଯୁକ୍ତି କରାଇଥିଲେ। ପ୍ରଥମ କରି ବାଲିଛାଇ ଫାଣ୍ଡିକୁ ହରିବନ୍ଧୁ ନାଇକଙ୍କୁ ନିଯୁକ୍ତି କରାଯାଇଥିଲା। ସେହିଦିନ ଠାରୁ ଅର୍ଥାତ୍ ୨୦୧୨ ମସିହାଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ତିନି ଜଣ ଫାଣ୍ଡି ଅଧୀକାରି କାର୍ଯ୍ୟଭାର ତୁଲାଇ ଆସୁଥିଲେ। ଏହି ଫାଣ୍ଡି ଅଧୀକାରି ମାନେ ତାଙ୍କ କାର୍ଯ୍ୟକାଳ ସମୟରେ ଫାଣ୍ଡି ଅଧୀନରେ ବସବାସ କରୁଥିବା ଲୋକମାନଙ୍କ ସହ ସୁସମ୍ପର୍କ ରଖି କାର୍ଯ୍ୟ ଚଳାଉଥିଲେ। ଯାହାଫଳରେ ଏହି ଦିନ ମାନଙ୍କରେ ଆଗ ଅପେକ୍ଷା ବହୁ ପରିମାଣରେ ଅପରାଧୀକ ଘଟଣାମାନ ବହୁପରିମାଣରେ କମିବାରେ ଲାଗିଥିଲା। ଲୋକମାନେ ନିରାପଦ ଅନୁଭବ କରିବା ସହ ନିର୍ଭୟରେ ସମାଜରେ ବଂଚିବାର କଷ୍ଟ ଅନୁଭବ କରୁନଥିଲେ। କିନ୍ତୁ ୨୦୧୮ ମସିହାରେ ଫାଣ୍ଡିର ଅଧିକାରୀ ଏସ.କେ ବେହେରା ନିଲମ୍ବିତ ହେବା ଦିନଠାରୁ ଫାଣ୍ଡିଟି ଅଧିକାରୀ ବିହୀନ ହୋଇଯିବା ସହ ସବ୍ ଇନିସ୍ପେକ୍ଟର ନିଯୁକ୍ତି କରିବା ଦିନଠାରୁ ପ୍ରାୟ ବାଲିଛାଇ ଫାଣ୍ଡି ଅଧୀନରେ ଥିବା ୪୦ ରୁ ଉର୍ଦ୍ଧ୍ୱ ଗ୍ରାମ ମାନଙ୍କରେ ବିଭିନ୍ନ ବଡରୁ ବଡ ଚୋରି ସହ ବଧୂ ହତ୍ୟା, ଅତ୍ମହତ୍ୟା, ପୋଡି, କଳହ, ରାଜନୈତିକ ଇର୍ଷା ଭଳି ବିଭିନ୍ନ ତଥା ଗଣଦୁଷ୍କର୍ମ ଭଳି ଘଟଣା ଫାଣ୍ଡି ଅଂଚଳରେ ଘଟିଥିବା ଯୋଗୁଁ ଓଡିଶା ପୋଲିସ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା। ଅଶ୍ଚର୍ଯ୍ୟର ବିଷୟ ଗଞ୍ଜାମ ଜିଲ୍ଲାର ସମସ୍ତ ଫାଣ୍ଡି ମାନଙ୍କରେ ଫାଣ୍ଡି ଅଧିକାରୀ କାର୍ଯ୍ୟକରି ଆସୁଥିବା ବେଳେ ବାଲିଛାଇ ଫାଣ୍ଡିଟି କାହିଁକି ଏକ ବିନା ଫାଣ୍ଡି ଅଧିକାରୀରେ ଚାଲିଛି ତାହା ପ୍ରଶ୍ନବାଚି ସୃଷ୍ଟି କରିଛି। ଏଠାରେ ସୁଚାଇ ଦିଆଯାଇପାରେ ଯେ, ଏହି ଫାଣ୍ଡିକୁ ଅନେକବାର ବିଭିନ୍ନ ଘଟଣା ପ୍ରସଙ୍ଗକୁ ନେଇ ଗଞ୍ଜାମ ଏସ୍.ପି ବ୍ରିଜେସ୍ ରାୟ ତଥ୍ୟ ଅନୁସନ୍ଧାନ ପାଇଁ ଆସି ଫେରିଯାଇଥିଲେ ମଧ୍ୟ ଏହି ସମସ୍ୟା ପ୍ରତି ଦୃଷ୍ଟି ନଦେବା ଅତି ପରିତାପର ବିଷୟ। ଗଞ୍ଜାମ ଜିଲ୍ଲା ଏସ୍.ପି ବ୍ରିଜେସ୍ ରାୟ ଏହି ବର୍ଷ ଅଗଷ୍ଟ ମାସ ୮ ତାରିଖରେ ଫାଣ୍ଡିକୁ ଆସି ନୂତନ ଫାଣ୍ଡି ଉଦଘାଟନ କରାଇଥିଲେ। ଲୋକମାନେ ଗଞ୍ଜାମ ଏସ.ପିଙ୍କୁ ନୂତନ ଫାଣ୍ଡି ଅଧିକାରୀ ନିଯୁକ୍ତି ଦୃଷ୍ଟି ଗୋଚର କରିବାପାଇଁ ଫାଣ୍ଡିରେ ଅପେକ୍ଷାରତ ଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। କିନ୍ତୁ କିଛି ଦିନ ଧରି ଏହି ଫାଣ୍ଡିରେ ଆବଶ୍ୟକୀୟ ଥିବା ଫାଣ୍ଡି ଅଧିକାରୀଙ୍କୁ ତୁରନ୍ତ ଏଠାରେ ପୁନଃ ନିଯୁକ୍ତି କରିବା ପାଇଁ ଏହି ଫାଣ୍ଡି ଅଧୀନସ୍ଥ ଲୋକମାନଙ୍କ ସହ ବୁଦ୍ଧୀଜିବିମାନେ ଗଞ୍ଜାମ ଏସ୍.ପିଙ୍କ ଦୃଷ୍ଟି ଗୋଚର କରିବା ସହ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.