Home ଜିଲ୍ଲା ପରିକ୍ରମା ବାଂଶଡା ସେତୁରେ ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା ପାଇଁ ଦାବୀ

ବାଂଶଡା ସେତୁରେ ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା ପାଇଁ ଦାବୀ

33

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ବାଂଶଡା ମନ୍ତେଇ ସେତୁ ଠାରେ ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ଦାବୀ ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ୨୯ କୋଟି ବ୍ୟୟ ଅଟକଳରେ ବାଂଶଡା ଠାରେ ଏହି ସେତୁ ନିର୍ମାଣ ହୋଇଛି । ଏହି ବାଂଶଡା ସେତୁକୁ ଲୋକାର୍ପଣ କରିବା ପାଇଁ ୫ଟି ଶଚିବ ଗତ ୧୨ତାରିଖ ରେ ଆସିଥିଲେ । ସେ ତାଙ୍କର ଅଭିଭାଷଣରେ ଏହି ଅଂଚଳ ପାଇଁ ସମସ୍ତ ସର୍ବାଙ୍ଗୀନ ଉନ୍ନତି କରଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଆଜି ଭଳି ଦିନରେଏହି ସେତୁ ଲୋକାର୍ପଣ ପରେ କଟକ ଭୂବନେଶ୍ୱର ଏବଂ ଭଦ୍ରକକୁ ଯାତାୟତର ସମସ୍ତ ସୁବିଧା ହେବା ସହ ଯାତାୟତ ସମୟ ର ମଧ୍ୟ ହ୍ରାସ ପାଇଛି । ବାଂଶଡା ଠାରେ ନିର୍ମାଣ ହୋଇଥିବା ମନ୍ତେଇ ସେତୁ ଏବଂ ଆପ୍ରୋଚ ରୋଡର ଲମ୍ବ ୬ଶହ ମିଟର ହୋଇଥିବା ବେଳେ ଅପରାହ୍ଣ ୪ଟା ଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଏହି ସେତୁ ଠାରେ ବହୁ ଜନଗହଳି ପରିଲକ୍ଷିତ ହେବା ସହ ସନ୍ଧ୍ୟା ସମୟରେ ଏହି ଶାନ୍ତ ପରିବେଶକୁ ମଧ୍ୟ ଲୋକ ମାନେ ଉପଭୋଗ କରୁଛନ୍ତି ।

ମାତ୍ର ଏହି ସେତୁ ଠାରେ ଉଜ୍ୱଳୀ ଆଲୋକୀକରଣର ବ୍ୟବସ୍ଥା କରାଯାଇ ପାରିଲେ ଏହା ଆହୁରି ରୁଚିବନ୍ତ ହୋଇ ପାରାନ୍ତା ବୋଲି ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା ପାଇଁ ବାଂଶଡା ପଂଚାୟତରେ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ନଥିବା ବେଲେ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ମଧ୍ୟ ନିଜର ଦାବୀ ଜଣାଇଛନ୍ତି । ସେ ଦେଇଥିବା ଦାବୀପତ୍ରରେ ଏହି ସେତୁ ଏବଂ ଆପ୍ରୋଚ ରୋଡ ପାଇଁ ରାଜ୍ୟ ସରକାରଙ୍କ ବ୍ୟୟ ଅଟକଳ ଅନୁଯାୟୀ ପ୍ରତି ବିଦ୍ୟୁତ ଖୁଂଟ ପିଛା ୬୦ହଜାର ଅର୍ଥ ବ୍ୟୟ ହେଉଥିବା ବେଳେ ଏଥିପାଇଁ ୨୦ଟି ଖୁଂଟର ଆବଶ୍ୟକ ଅଛି ତେଣୁ ଏହି ଅର୍ଥ ଜିଲ୍ଲା ଯୋଜନା ବୋର୍ଡ ଖର୍ଚ କଲେ ଏହି କାର୍ଯ୍ୟ ସୁଚାରୂ ରୂପେ ହୋଇ ପାରିବ ବୋଲି ସେ ଆଶାବାଦୀ । ଏଥିସହ ଏହି ସେତୁ ନିକଟରେ ଏକ ପାର୍କର ବ୍ୟବସ୍ଥା କଲେ ତାହା ଅଧିକ ରୁଚିବନ୍ତ ମଧ୍ୟ ହୋଇ ପାରିବ ବୋଲି ସେ ନିଜର ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଆଜି ପ୍ରଦାନ କରିଥିବା ଦାବୀ ପତ୍ରଟି ଭଦ୍ରକ ଜିଲ୍ଲାପାଳ ମହୋଦୟଙ୍କ ନିକଟକୁ ପଠାଇଥିବା ବେଳେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ କରାଗଲେ ଅଂଚଳବାସି ଉପକୃତ ହେବା ସହ ଏହି ସେତୁ ଉପରେ ସନ୍ଧ୍ୟା ସମୟରେ ଯେ କୌଣସି ଦୁର୍ଘଟଣାରୁ ସର୍ବସାଧାରଣ ରକ୍ଷା ପାଇ ପାରନ୍ତେ ବୋଲି ମଧ୍ୟ ସର୍ବସାଧାରଣରେ ଚର୍ଚା ଚାଲିଛି ।ତୁରନ୍ତ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେବା ସହ ଯୁଦ୍ଧ କାଳୀ ଭିତିରେ ଏହି ଉଜ୍ୱଳ ଆଲୋକୀକରଣ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଅଂଚଳବାସୀ ମଧ୍ୟ ନିବେଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.