Home ଜିଲ୍ଲା ପରିକ୍ରମା ବାଂଶଡା ମନ୍ତେଇ ସେତୁକୁ ଭରଷା କିଏ! ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଦାୟିତ୍ୱ ନେବାକୁ...

ବାଂଶଡା ମନ୍ତେଇ ସେତୁକୁ ଭରଷା କିଏ! ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଦାୟିତ୍ୱ ନେବାକୁ ଅରାଜି!, ଚା କେଟଲିରେ ଅଠା ବୋଳି ପ୍ୟାଚ ପଡୁଛି ଆପ୍ରୋଚ ରୋଡ

16

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସ୍ଥାନୀୟ ଅଧିବାସୀଙ୍କ ସାମାଜିକ, ଅର୍ଥନୈତିକ,ଗମନାଗମନ ସୁରକ୍ଷା, ଅ୍ଧବନ ଶୃଙ୍ଖଳାରକ୍ଷା ,ପର୍ଯ୍ୟଟନ ଆଦି କ୍ଷେତ୍ରରେ ବାଧକ ବୋଲି ଥିବା ବାଂଶଡା ମନ୍ତେଇ ସେତୁର ଅବସ୍ଥା ଦିନକୁ ଦିନ ବିପର୍ଯ୍ୟୟ ହୋଇ ପଡିଛି।ଏହି ସେତୁ ନିର୍ମାଣ କରିବାକୁ ରାଜ୍ୟ ସରକାର ୧୧ଥର ଟେଣ୍ଡର କରିବା ପରେ ୧୨ଥର ଟେଣ୍ଡରରେ ସଫଳ ହେବା ସହ ଏହି ସେତୁ ନିର୍ମାଣ ପାଇଁ ବ୍ୟୟ ବରାଦ ୪କୋଟିରୁ ଆରମ୍ଭ ହୋଇ ୨୮.୭୭ କୋଟିରେ ସିମୀତ ହୋଇଥିଲା। ଶେଷ ପର୍ଯ୍ୟାୟରେ ଏହାକୁ ପୁନଶ୍ଚ ରାଜ୍ୟ ଅର୍ଥ ବିଭାଗ ଟର୍ଣ କି ମାଧ୍ୟମରେ ହରିୟାଣା ରାଜ୍ୟର ସିଂଲା କନଷ୍ଟ୍ରକସନ କମ୍ପାନୀକୁ କାର୍ଯ୍ୟ କରିବାକୁ ଦେଇଥିଲେ। ୨୦୧୪ ମସିହାରେ ଆରମ୍ଭ ହୋଇ ଏହା ୨୦୨୪ ଏପ୍ରିଲ ମାସରେ ଏହା ଶେଷ ହୋଇଥିଲା। ଏହ ସେତୁର ଲମ୍ବ ୧୫୦ମିଟର ଦୈଘ୍ୟ ହୋଇଥିବା ବେଳେ ଏହି ସେତୁ ୪ଟି ଖୁମ୍ବ ଉପରେ ନିର୍ମାଣ ହୋଇଥିଲା। ଏହି ସେତୁକୁ ଯୋଡିବା ପାଇଁ ଦୁଇ ପାଶ୍ୱର୍ରେ ହୋଇଥିବା ଆପ୍ରୋଚ ରୋଡ ର ଦୈଘ୍ୟ ୭୩୦ ମିଟର। ଜନତା ଙ୍କ ଉଦ୍ୱେଶରେ ଏହି ସେତୁକୁ ଏପ୍ରିଲ ୨୦୨୪ରେ ଉତ୍ସର୍ଗୀକୃତ କରାଯାଇଥିଲା। ଏହାପରେ ଏହି ସେତୁକୁ ଯୋଡି ହୋଇଥିବା ଆପ୍ରୋଚ ରୋଡରେ ଫାଟ ଦେଖା ଦେବା ସହ ଏହି ଆପ୍ରୋଚ ରୋଡର ପୂର୍ବ ଏବଂ ପଶ୍ଚିମ ପଟ ରାସ୍ତା ଦିନକୁ ଦିନ ଦବି ଦବି ଯାଉଥିବା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରସାରଣ ପରେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ନିଜ ପଟରୁ ସଫେଇ ଦେଇଥିଲା ସଂପୃକ୍ତ ଠିକା ସଂସ୍ଥା ସିଂଲା କନଷ୍ଟ୍ରକସନ କମ୍ପାନୀ ଏହି ସେତୁ ତଥା ଆପ୍ରୋଚ ରୋଡର ମରାମତି ଏବଂ ରକ୍ଷଣାବେକ୍ଷଣ ୨୦୨୪ ମସିହା ଠାରୁ ୫ବର୍ଷ ପର୍ଯ୍ୟନ୍ତ କରିବ ଏବଂ ଦାୟିତ୍ୱରେ ଥିବା ସଂପୃକ୍ତ ଯନ୍ତ୍ରୀ ଏହି ଆପ୍ରୋଚ ରୋଡ ନିର୍ମାଣ ସମୟରେ ସଂପୃକ୍ତ ସଂସ୍ଥା ଠିକ ଭାବେ ମାଟି ଏବଂ ଅନ୍ୟାନ୍ୟ ମେଟାଲ ଉପରେ ଚାପ ଦେଇ ନଥିବାରୁ ଏହି ଆପ୍ରୋଚ ରାସ୍ତାଟି ଦବି ଦବି ଯାଉଛି ବୋଲି କହିବା ସହ ପୁନଶ୍ଚ ଏହି ରାସ୍ତା ଖୋଳା ହୋଇ ପୁନଃ ଚାପ ଦିଆ ଯାଇ ନୂତନ ଭାବେ ନିର୍ମାଣ ହେବ ବୋଲି କହିଥିଲେ। ମାତ୍ର ପ୍ରତି ମାସରେ ଏହି ଆପ୍ରୋଚ ରୋଡ ଦବି ଦବି ଯାଉଥିବା ବେଳେ ସଂପୃକ୍ତ ଠିକା ସଂସ୍ଥା ଆସି ଚା କେଟଲିରେ ରାସ୍ତାରେ ଅଠା ବୋଳି କ୍ରସର ଗୁଣ୍ଡ ପକାଇ ଯତକିଂଚତ ଭାବେ ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି। ଏହି କାର୍ଯ୍ୟ ପ୍ରତି ମାସରେ କରି ସଂପୃକ୍ତ ସଂସ୍ଥା ସମୟ ଅତିବାହିତ କରୁଛି। ଏବଂ ଏହି ପରି ୫ବର୍ଷ ପୂରଣ କରି ସଂପୃକ୍ତ ସଂସ୍ଥା ଆଉ ରକ୍ଷଣା ବେକ୍ଷଣ କରିବ ନାହିଁ ବୋଲି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ଅଭିଯୋଗ ଆଣିଛନ୍ତି। ଏପରି ହେଲେ କେଉଁ ସମୟରେ ଏହି ଆପ୍ରୋଚ ରୋଡଟି ରେ ସଂପୂର୍ଣ ଯାତାୟତ ବନ୍ଦ ହୋଇଯିବ ସେ ନେଇ ଅଂଚଳବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ତୁରନ୍ତ ବାଂଶଡା ମନ୍ତେଇ ସେତୁକୁ ଯୋଡିଥିବା ଆପ୍ରୋଚ ରୋଡକୁ ଭଲଭାବେ ଖୋଳା ଯାଇ ଚାପ ଦିଆ ଯାଇ ପୁନଃ ନିର୍ମାଣ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ଏହି ବିଷୟରେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ(ଏସଡିଓ)ଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନଥିବା ବେଳେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ସେ କଣ ହୋଇଛି ଦେଖିବାବୋଲି କହି ଏଡାଇ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.