Home ଜିଲ୍ଲା ପରିକ୍ରମା ବାଂଶଡା -ଧାମରା ଆଂଚଳିକ ବିକାଶ ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଆଦାନୀ କର୍ତୁପକ୍ଷ ଗଳାପୋଲ ନିର୍ମାଣ...

ବାଂଶଡା -ଧାମରା ଆଂଚଳିକ ବିକାଶ ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଆଦାନୀ କର୍ତୁପକ୍ଷ ଗଳାପୋଲ ନିର୍ମାଣ ନକଲେ ଆସନ୍ତା ୨୨ତାରିଖରେ ରେଳବନ୍ଦ କରିବାକୁ ଚେତାବନୀ ।

21

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ବାଂଶଡା ଠାରେ ଏକ ଗଳାପୋଲ ନିର୍ମାଣ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଦିନରେ ଧାମରା ବନ୍ଦର ଏହି ଗଳାପୋଲ ନିର୍ମାଣ ନକଲେ ଆନ୍ଦୋଳନ ଚେତାବନୀ ମଧ୍ୟ ଦିଆଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟତ ୫ଗୋଟି ଦାବୀ ନେଇ ବାଂଶଡା-ଧାମରା ଆଂଚଳିକ ବିକାଶ ମଂଚ ନିଜର ମତ ପ୍ରକାଶ କରିଥିଲା । ପ୍ରଥମରେ ବାଂଶଡା-ବଳିହାରପୁର ଦେଇ କରଞମାଳ ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଏହି ଠାରେ ଏକ ଗଳାପୋଲ /ଅଣ୍ଡର ପାଶିଂ ବ୍ରିଜ ନିର୍ମାଣ କରିବାକୁ ଦାବୀ ହୋଇଥିଲା । ଏଥିସହ ଧାମରା ବନ୍ଦରରେ ଅଂଚଳରରେ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ସ୍ଥାୟୀ କର୍ମନିଯୁକ୍ତିର ଯୋଜନା ପ୍ରସ୍ତୁତି କରିବା, ଆଗରୁ ନିର୍ମାଣ ହୋଇଥିବା ଗଳାପୋଲ ଟିକଟରେ ବହୁ ସମୟରେ ଦୁର୍ଘଟଣା ଘଟୁଥିବାରୁ ସେହି ଠାରେ ଆଲୋକୀକରଣ ବ୍ୟବସ୍ଥା କରିବା ସହ ପୂର୍ବରୁ ନିର୍ମାଣ ହୋଇଥିବା କଲଭର୍ଟ ଅଥ୍ୟନ୍ତ ଛୋଟ ହୋଇଥିବା ବେଳେ ସେହି ଠାରେ ସାମାନ୍ୟ ବର୍ଷାରେ ମାଟି ଧୋଇ ହୋଇ ରାସ୍ତା ପୋତି ହୋଇ ଯାଉଥିବାରୁ ସେଠାରେ ପାଣିର ନିଷ୍କାସନ ନିମନ୍ତେ ବ୍ୟବସ୍ଥା କରିବାକୁ ସର୍ବସାଧାରଣରେ ଦାବୀ ହୋଇଥିଲା । ଆସନ୍ତା ୨୨ତାରିଖ ସୁଦ୍ଧା ବନ୍ଦର କର୍ତୁପକ୍ଷ ଅଂଚଳବାସୀଙ୍କ ଦାବୀ ନ ଶୁଣିଲେ ବାଧ୍ୟ ସେମାନେ ଏହି ଅଂଚଳରେ ଧାମରା ବନ୍ଦର କରୁଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବା ସହ ଧାମରା-ଭଦ୍ରକ ରେଳପଥରେ ରେଳ ଚଳାଚଳକୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଏହି ଚେତାବନୀ ଦେଇଛନ୍ତି । ପ୍ରଶାସନ ଉଦ୍ୱେଶରେ ଏକ ଦାବୀପତ୍ର ସେମାନେ ବାଂଶଡା ଥାନାଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବାଂଶଡା-ଧାମରା ଅ।।ଂଚଳିକ ବିକାଶ ମଂଚ ର ସଭାପତି ଅଜୟ କୁମାର ପଲେଇ, ସଂପାଦକ ଜିତେନ୍ଦ୍ର ନାୟକ, ବୀରବର ପାତ୍ର, ଉଗ୍ରେସନ ମଢୁଆଳ,ଗଜେନ୍ଦ୍ର ପାତ୍ର , ଦୀପକ ଦାସ,ପ୍ର‘ୁଲ ନାୟକ, ବାଇଧର ରାଉତ, ନବକିଶୋର ସାହୁ, କାଶିନାଥ ପଲେଇ,ରାଜେନ୍ଦ୍ର ପଲେଇ, ହରିହର ବୀର, ଶ୍ରକୃଷ୍ନ ପଲେଇ, ଆଲୋକ ରାଉତଙ୍କ ସମେତ ବାଂଶଡା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏହି ଗଳାପୋଲ ନିର୍ମାଣ କରିବାକୁ ନିଜ ନିଜର ଦାବୀ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.