ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଟାଉନ ଥାନା ଓ ପୁରୁଣା ବଜାର ଥାନା ଅଂଚଳ ରେ ରହୁଥିବା ୧୨ ଜଣ ଲୋକଙ୍କୁ ବାଂଲାଦେଶୀ ସନ୍ଦେହ ରେ ଅଟକ ରଖି ଯାଂଚ କରୁଛି ପୋଲିସ। ସୂଚନା ମତାବକ ଭଦ୍ରକ ଟାଉନ ଥାନ ପୁରୁଣା ବଜାର ଥାନା ଅଂଚଳରେ ରହି ଫେରି କରୁଥିବା କିଛି ଲୋକଙ୍କୁ ଆଜି ଭଦ୍ରକ ସହରାଂଚଳ ପୋଲିସ ଅଟକ ରଖି ପଚାରୁଚୁରା କରୁଛି। ତେବେ ସେମାନେ ଦୀର୍ଘ ୪ ବର୍ଷ ଧରି ଭଦ୍ରକ ରେ ରହି ଫେରି କରୁଥିବା କହିଛନ୍ତି ସମସ୍ତେ ମୁରସିଦାବାଦ ର ବୋଲି କହିଛନ୍ତି। ସୂଚନା ଥାଉ କି ଦୁଇ ଦିନ ପୂର୍ବରୁ ଜଗତସିଂହପୁର ରେ କିଛି ବାଂଲାଦେଶୀ ଙ୍କ ଘରୁ ଆପତି ଜନକ ସାମଗ୍ରୀ ମିଳିଥିଲା ପରେ ରାଜ୍ୟରେ ସବୁ ସ୍ଥାନରେ କଡା ଚେକିଂ କରାଯାଉଛି। ଖବର ପାଇ ଭଦ୍ରକ ରେ ରହୁଥିବା କିଛି ଲୋକଙ୍କୁ ଆଣି ପଚାରି୍ୱା ସହ ଆଇଡି କାର୍ଡ ଯାଂଚ କରାଯାଇଛି। ତେବେ ଯାଂଚ ବେଳେ ସମସ୍ତେ ପଶ୍ଚିମ ବଙ୍ଗ ର ମୁରଶୀଦାବାଦ ର ଲୋକ ବୋଲି ଜଣାପଡିଛି। ପୋଲିସ ଅଧିକ ଯାଂଚ କରୁଛି ଯାଂଚ ପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ।








