ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧଳା ଜହର ବ୍ୟବହାର କାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲଗିଛି। ଏଭଳି ପରିସ୍ଥିତିରେ ଆଜି ବାଂଶଡା ପୁଲିସ ୫ଜଣ ଏହି ଧଳାଜହର ବ୍ୟବହାର କରିବାକୁ ଯାଉଥିବା ବେଳେ ସେମାନଙ୍କୁ ଅଟକ ରଖିଛି। ପ୍ରାପ୍ତ ଘଟଣା ଅନୁଯାଇ ଆଜି ଘଂଟେଶ୍ୱର ଅଂଚଳର ୫ଜଣ ଯୁବକ ଘଂଟେଶ୍ୱର ଠାରେ ଏହି ଧଳାଜହର କୁ ବ୍ୟବହାର କରିବାକୁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବାଂଶଡା ଥାନାଧିକାରୀ ଦେବରାଜ ସ୍ୱାଇଁ ସେଠାରେ ପହଂଚି ଏହି ଧଳା ଜହରକୁ ଜବତ କରିବା ସହ ସେମାନଙ୍କ ବାଂଶଡା ଥାନାକୁ ଆଣି ପଚରାଉଚରା କରିଛନ୍ତି। ସେମାନେ ଏହାକୁ ନିତ୍ୟ ବ୍ୟବହାର କରୁଥିବା କହିବା ସହ ସେମାନେ ଏହାକୁ ଭଦ୍ରକ ଗ୍ରାମାଂଚଳ ଅଂଚଳ ଅଧିନସ୍ଥ ବଉଳପୋଖରୀ ଅଂଚଳରୁ ଆଣୁଛନ୍ତି ବୋଲି କହିଛନ୍ତି। ଏହି ଧଳା ଜହର କିଏ ଆଣି ଦେଉଛନ୍ତି ଅଥବା ସେମାନେ ନିଜେ ଯାଇ ଆଣୁଛନ୍ତି ତାହାର ତଦନ୍ତ ଚଳାଇଛନ୍ତି। ଜବତ ହୋଇଥିବା ଧଳାଜହର (ବ୍ରାଉନ ସୁଗାର) ର ପରିମାଣ ଜଣା ନଥିବା ବେଳେ ଆଗାମୀ ଦିନରେ ବାଂଶଡା ପୁଲିସକୁ ଏହାର ସଫଳତା ଅଥବା ବିଫଳତା ତାହା ପ୍ରଶ୍ନବାଚୀ ହୋଇ ପଡିଛି।