Home ଜିଲ୍ଲା ପରିକ୍ରମା ବହୁ ଚର୍ଚ୍ଚିତ ଚରମ୍ପା ଗୁଣ୍ଠୁଣିଆ ବଜାର ହତ୍ୟାକାଣ୍ଡର ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ଫେରାର

ବହୁ ଚର୍ଚ୍ଚିତ ଚରମ୍ପା ଗୁଣ୍ଠୁଣିଆ ବଜାର ହତ୍ୟାକାଣ୍ଡର ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ଫେରାର

6

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ ଚରମ୍ପା ଗୁଣ୍ଠୁଣିଆ ବଜାର ହତ୍ୟାକାଣ୍ଡ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ସହରାଂଚଳ ଥାନା ଗିରଫ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି। ଖୁବ ଶୀଘ୍ର ଚତୁର୍ଥ ଅଭିଯୁକ୍ତକୁ ଧରାଯିବ ବୋଲି ଭଦ୍ରକ ସିଟି ଡ଼ିଏସପି ଅନିଲ ପ୍ରଧାନ ଟାଉନ ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ୮ ତାରିଖ ରାତିରେ ଚରମ୍ପା ଗୁଣ୍ଠୁଣିଆ ବଜାର ନିକଟରେ ସି କୁମାର ସ୍ୱାମୀ ନାମକ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ୪ ଜଣ ଯୁବକ। ହତ୍ୟାକାଣ୍ଡ ପରେ ସେମାନେ ଫେରାର ହୋଇ ଯାଇଥିଲେ। ତେଣୁ ଭଦ୍ରକ ଟାଉନ ପୋଲିସର ସ୍ୱତନ୍ତ୍ର ଟିମ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ। ଶେଷରେ ଏହି ହତ୍ୟାକାଣ୍ଡ ଘଟଣାର ୪ ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ ୩ ଜଣ ଙ୍କୁ ଟାଉନ ପୋଲିସ ବାଲେଶ୍ୱର, କେନ୍ଦ୍ରାପଡ଼ା ଓ କେଉଁଝର ଜିଲ୍ଲାରୁ ଧରିବାରେ ସଫଳ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଛି। ଖୁବ ଶୀଘ୍ର ଚତୁର୍ଥ ଅଭିଯୁଚୁ ଧରାଯିବ ବୋଲି ସିଟି ଡ଼ିଏସପି ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଏହି ହତ୍ୟାକାଣ୍ଡ ଏକ ବଚସାରୁ ହୋଇଥିବା ନେଇ ସିଟି ଡ଼ିଏସପି କହିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ କୁ ଜବତ କରିଛି ଟାଉନ ପୋଲିସ। ତେବେ ଏହି ଅଭିଯୁକ୍ତ ମଧ୍ୟରୁ ରାଜେନ୍ଦ୍ର ଷଡଙ୍ଗୀଙ୍କ ୧୭ ବର୍ଷର ନାବାଳକ ପୁତ୍ର ସୁଶାନ୍ତ ଷଡଙ୍ଗୀ ଓରଫ କୁଲୁଆ ଥିବା ବେଳେ ଅନ୍ୟ ଦୁଇ ଜଣ ହେଲେ ସହରାଂଚଳ ଥାନା ଅଧୀନସ୍ଥ ବିଦାଙ୍ଗ ଗ୍ରାମର ରାମଶଙ୍କର ମିଶ୍ରଙ୍କ ପୁତ୍ର ହିମାଂଶୁ ମିଶ୍ର ଓରଫ ବାୟା ଓରଫ ଲୁଲୁଆ (୨୧) ଓ ଚନ୍ଦ୍ରଶେଖର ବେହେରାଙ୍କ ପୁତ୍ର ବିଶ୍ୱଜିତ ବେହେରା ଓରଫ ବାବୁ (୨୫)। ତେବେ ଅନ୍ୟ ଜଣେ ଫେରାର ଅଭିଯୁକ୍ତ ହେଉଛନ୍ତି ଏକାଦଶୀ ଧଡାଙ୍କ ପୁତ୍ର ବିଶ୍ୱନାଥ ଧଡ଼ା ଓରଫ କାବୁଲା । ଏହି ହତ୍ୟାକାଣ୍ଡ ଘଟଣାର ଧରା ପଡ଼ିଥିବା ଅଭିଯୁକ୍ତ ମାନଙ୍କର ଆଉ କେଉଁ କେଉଁ ଥାନାରେ ଅଭିଯୋଗ ରହିଛି ତାହାକୁ ନେଇ ଅଧିକ ତଦନ୍ତ ଚଳାଇଛି ଭଦ୍ରକ ଟାଉନ ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.