Home ଜିଲ୍ଲା ପରିକ୍ରମା ବହୁ ଚର୍ଚ୍ଚିତ କୁକୁଡ଼ା ଫାର୍ମ ମାଲିକଙ୍କୁ ହତ୍ୟା ଘଟଣାର ପର୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ...

ବହୁ ଚର୍ଚ୍ଚିତ କୁକୁଡ଼ା ଫାର୍ମ ମାଲିକଙ୍କୁ ହତ୍ୟା ଘଟଣାର ପର୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଗିରଫ, ଅଭିଯୁକ୍ତଙ୍କୁ ନେଇ ପୁଲିସ୍ ଘଟଣା ସ୍ଥଳରେ କଲା ସିନ ରିକ୍ରିଏସନ

23

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଥାନା ମାଧପୁର ବଙ୍ଗାଳୀପଡା ମୁଖ୍ୟ ରାସ୍ତା ନିକଟରେ କୁକୁଡ଼ା ଫାର୍ମର ମାଲିକ ଅଜୟ ଗିରିଙ୍କୁ ହତ୍ୟା ଘଟଣାର ୩ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଶୁଭ୍ରାଶୁ ସ୍ୱାଇଁ ଓ ତାଙ୍କର ସହଯୋଗୀ କିଶୋର ପଣ୍ଡାଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ମୃତକ ଅଜୟ ଗିରି ଙ୍କୁ ଫାର୍ମ କର୍ମଚାରୀ ଓ ତାଙ୍କ ପାର୍ଟନର ଫାର୍ମ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିବା ପରେ ତାଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା ପରେ ମୃତକଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ହତ୍ୟା ଅଭିଯୋଗ ହୋଇଥିଲା। ପରବର୍ତୀ ସମୟରେ ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ହତ୍ୟାକାଣ୍ଡ ରେ ବ୍ୟବହାର ହୋଇଥିବା ଲୁହା ରଡ଼ ଜବଦ କରିଛି । ଅଭିଯୁକ୍ତ ମାନେ ଦୋଷ ସ୍ୱୀକାର ପୂର୍ବକ କିଭଳି ଲୁହାରଡ୍ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିଲେ ଘଟଣା ସ୍ଥଳରେ ପୋଲିସ ସିନରିକ୍ରିଏସନ କରିବା ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.