ବାଲିଗୁଡା, ୧୯/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ପାତ୍ର ସାହି ରେ ଚଳିତ ମାସ ୧୦ ତାରିଖ ଦିନ ସକାଳୁ ଅଭିମନ୍ୟୁ ପଣ୍ଡା ଙ୍କୁ ଦୁଇ ଦୁର୍ବୁତ୍ତ ଗୁଳି କରି ହତ୍ୟା ଘଟଣାକୁ ଗୁରୁବାର ସୁଦ୍ଧା ୧୦ଦିନ ବିତିଯାଇଛି। ଏହି ପରି ପ୍ରକ୍ଷିରେ ଅଦ୍ୟାବଧି ସୁଦ୍ଧା ପୋଲିସ ସାମାନ୍ୟ ସୁରାକ ଛଡା ମୁଖ୍ୟଅଭିଯୁକ୍ତ କୁ ଧରିବାରେ ବିଫଳ ହୋଇଛି। ଏ ନେଇ ଚଳିତ ମାସ ତାରିଖ ଦିନ ଅଭିମନ୍ୟୁଙ୍କ ନିଜ ଗ୍ରାମ ଵାଟଗୁଡ଼ା ରେ ଗ୍ରାମବାସୀଙ୍କ ଦ୍ୱାରା ୫୯ନଂ. ଜାତୀୟ ରାଜପଥ ଅବରୋଧ କରାଯାଇଥିଲା, କନ୍ଧମାଳ ଏସ.ପି.ପ୍ରତୀକ ସିଂ ଙ୍କ ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା। କିନ୍ତୁ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ଏଣୁ ଗୁରୁବାର ଦିନ ଦକ୍ଷିଣାଞ୍ଚଳ ଆଇ.ଜି.ସତ୍ୟବ୍ରତ ଭୋଇଙ୍କ ସହ କନ୍ଧମାଳ ଏସ.ପି.ପ୍ରତୀକ ସିଂ ବାଲିଗୁଡା ରେ ପହଂଚି ଏସ.ଡି.ପି.ଓ ମାନସ ରଞ୍ଜନ ବାରିକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେପରେ ଖବରଦାତା ଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ପୋଲିସ କୁ ମିଳିଥିବା ସୁରାକ କୁ ବେସ କରି ତଦନ୍ତ ଜାରି ରହିଛି, ଅଭିଯୁକ୍ତ କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ଟିମ ଗଠନ କରି ଆମେ କିଛି ନିର୍ଦ୍ଧିଷ୍ଟ ସୂଚୀ କୁ ନେଇ ତଦନ୍ତ କରୁନାହୁଁ, ପୂର୍ବ ଶତ୍ରୁତା, ସୁପାରୀ କିଲିଂ ଭଳି ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। କନ୍ଧମାଳ ଏସ.ପି.ଙ୍କ ନେତୃତ୍ୱରେ ଏହି ତଦନ୍ତ ଚାଲିଛି କୌଣସି ଚାପରେ ପୋଲିସ ବଶବର୍ତ୍ତୀ ହୋଇନାହିଁ, ଆମେ ଠିକ ଦିଗରେ ତଦନ୍ତ ଚଳାଇଛୁ. ଆମେ ପରିବାର ଓ ସାଧାରଣ ଲୋକଙ୍କୁ ନିବେଦନ କରୁଛୁ ଯେ ପୋଲିସ କୁ ଆଉ କିଛି ଦିନ ସମୟ ଦିଅନ୍ତୁ। ଯଥାଶୀଘ୍ର ଅଭିଯୁକ୍ତ କୁ ଧରାଯିବ ବୋଲି କହିଛନ୍ତି ଆଇ.ଜି ସତ୍ୟବ୍ରତ ଭୋଇ।
Home ଓଡ଼ିଶା ବହୁ ଚର୍ଚିତ ସୂଚନା ଅଧିକାରୀ କର୍ମୀ:ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣା: ବାଲିଗୁଡାରେ ଦକ୍ଷିଣାଞ୍ଚଳ...