Home ଜିଲ୍ଲା ପରିକ୍ରମା ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରେ ତାଲିମ ଶିବିର

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରେ ତାଲିମ ଶିବିର

29

ନବରଙ୍ଗପୁର ୨୨.୦୮ (ଓଡ଼ିଆ ପୁଅ) : ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଦଶହରା ପଦା ଠାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ପଚିଶ ଜଣ ସଭ୍ୟ ସଭ୍ୟାଙ୍କୁ ନେଇ ଆଶ୍ରୟ ସ୍ଥଳୀର ରକ୍ଷଣା ବେକ୍ଷଣ, ପରିଚାଳନା, ନଥିପତ୍ର ଲିଖନ ଏବଂ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଉପସ୍ଥିତ ଥିବା ସଭାର ସମସ୍ତ ସଭ୍ୟମାନଙ୍କୁ ସ୍ଵାଗତ ଜଣାଇବା ସହିତ ପାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ କିପରି ସୁରକ୍ଷିତ ରଖିବେ ଉପସ୍ଥିତ ଥିବା ସଭ୍ୟମାନଙ୍କୁ ବୁଝାଇଥିଲେ। ପାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ନିଜେ ସଚେତନ ରହିବା ସହିତ ଅନ୍ୟଙ୍କୁ ସଚେତନ କରିବା ଦ୍ୱାରା ଅନେକ ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ ବୋଲି ପ୍ରକାଶ କରିଥିଲେ। ବାତ୍ୟା ବନ୍ୟା ତଥା ବିପର୍ଯ୍ୟୟ ଆସିବା ପୂର୍ବରୁ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ସ୍ଥାନୀୟ ଜନସାଧାରଣ, ଗୃହପାଳିତ ପଶୁ ପକ୍ଷୀ ଯଥା ଜୀବନ ଜୀବିକା କିପରି ସୁରକ୍ଷିତ ହୋଇପାରିବ ସେଥିପାଇଁ ପାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ନେଇଥିବା ଗଂଜାମ ଜିଲ୍ଲାରୁ ଆସିଥିବା ଦୁଇ ଜଣ ପ୍ରଶିକ୍ଷକ ତ୍ରିଲୋଚନ ପ୍ରଧାନ ଏବଂ ଅଶୋକ ରାଉଳ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ପୌର ଅଧକ୍ଷ କୁନୁ ନାୟକ, ପୌର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ଏବଂ ପୌରାଞ୍ଚଳର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ପ୍ରକଳ୍ପ ପ୍ରଶାସକ, ଜନଜାତି ଉନ୍ନୟନ ସଂସ୍ଥା ଅଭିମନ୍ୟୁ ମାଝୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ତହସିଲଦାର ରବିନ୍ଦ୍ର କୁମାର ରାଉତ, ଜିଲ୍ଲା ଜରୁରୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ବରିଷ୍ଠ ରାଜସ୍ଵ ସହାୟକ ତ୍ରିପତି ବାଲାଜୀ ସାହୁ, ଆଶ୍ରୟସ୍ଥଳୀର ସମ୍ପାଦକ ତଥା ନୋଡାଲ ଅଫିସର ରାମଶଙ୍କର ଦାସ, ହର୍ଷା ଟ୍ରଷ୍ଟର ଦିବ୍ୟସିଂହ ପ୍ରଧାନ, ମନୀଷା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.