Home କେନ୍ଦୁଝର ବସ ଧକ୍କାରେ ବାଇକ ଆରୋହୀ ଗୁରୁତର

ବସ ଧକ୍କାରେ ବାଇକ ଆରୋହୀ ଗୁରୁତର

111

ହାଟଡିହି, ୩୦ । ୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଭଦ୍ରକ ରାସ୍ତାର ଅଣାଛକ କେନାଲ ନିକଟରେ ବସ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ କପୁଣ୍ଡି ଗ୍ରାମର ସନାତନ ସେଠୀ(୪୨) ନିଜ ବାଇକ ଯୋଗେ ଛେନାପଦି ଛକ ଆଡକୁ ଆସୁଥିବା ସମୟରେ ଆନନ୍ଦପୁର ପଟୁ ଭଦ୍ରକ ଯାଉଥିବା ସ୍ୱସ୍ତିକ ନାମକ ଏକ ଘରୋଇ ବସ ତାଙ୍କୁ ମୁହାଁ ମୁହିଁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଜଣକ ଦୁରକୁ ଛିଟିକି ପଡିଥିଲା । ବାଇକଟି ବସ ତଳେ ଚାପି ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ ଦଉଡି ଆସି ଛିଟିକି ପଡିଥିବା ସନାତନ ସେଠୀଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.