Home ଓଡ଼ିଶା ବସ ଚଳାଚଳ ଆରମ୍ଭ ପୂର୍ବରୁ କର୍ମଚାରୀଙ୍କ ନାମରେ ବୀମା କରିବାକୁ ଦାବି

ବସ ଚଳାଚଳ ଆରମ୍ଭ ପୂର୍ବରୁ କର୍ମଚାରୀଙ୍କ ନାମରେ ବୀମା କରିବାକୁ ଦାବି

208

ପୁରୀ, ୩୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀରୁ ବସ ଚଳାଚଳ ଆରମ୍ଭ ହେବା ପୂର୍ବରୁ ବସ କର୍ମଚାରୀଙ୍କ ନାମରେ ବୀମା, ତିନିମାସ ଲକଡାଉନ ପାଇଁ କର୍ମଚାରୀଙ୍କୁ ମାସିକ ୭୫୦୦ଟଙ୍କା ସହାୟତା, ନିଯୁକ୍ତିପତ୍ର, ଇଏସଆଇ ଓ ଭବିଷ୍ୟନିଧି ପାଣ୍ଠି ସୁବିଧା ଆଦି ଦାବି କରିଛନ୍ତି ପୁରୀ ନୀଳଗିରି ମୋଟର କର୍ମଚାରୀ ସଂଘ। ଆଜି ଏ ନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତାମାନେ ବସ ଚଳାଇବା ପାଇଁ ମାଲିକମାନେ ସେମାନଙ୍କ ଉପରେ ଚାପ ପ୍ରୟୋଗ କରୁଥିବା କହିଥିବା ବେଳେ ଏଭଳି ସମୟରେ ବସ ଚଳାଇଲେ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି। ତେଣୁ ବସ ଚଳାଚଳ ପୂର୍ବରୁ କର୍ମଚାରୀଙ୍କ ଦାବିପ୍ରତି ସରକାର ଯଥାଶୀଘ୍ର ଦୃଷ୍ଟି ଦେବା ପାଇଁ ସଂଘ ପକ୍ଷରୁ ଶ୍ରମିକ ନେତା ଦେବାଶିଷ ଦାସ ଓ ଏଆଇଟିୟୁସିର ସଂପାଦକ ବ୍ରଜବନ୍ଧୁ ପ୍ରଧାନ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.