Home ଜିଲ୍ଲା ପରିକ୍ରମା ବସ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ, ଘଟଣା ସ୍ଥଳରେ ରାସ୍ତା ରୋକ

ବସ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ, ଘଟଣା ସ୍ଥଳରେ ରାସ୍ତା ରୋକ

7

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥ ଛୟାଳସିଂହ ପଚାଂୟତ ହାଟଡିହୀ ଛକ ନିକଟରେ ବସ୍ ଦୁର୍ଘଟଣାରେ ଟିଲୋ ମାଳିସାହିର ପଦ୍ମନାଭ ସାହୁଙ୍କ ପୁତ୍ର ସ୍ମୃତିରଞ୍ଜନ(୨୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ସତ୍ୟ ବରାଳ(୨୦) ଗୁରୁତର ଆହତ ହୋଇଛନ୍ତି । ସତ୍ୟ ବରାଳଙ୍କୁ ଗୁରୁତ୍ୱର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପ୍ରକାଶଯେ ବାବା ବିଶ୍ୱନାଥ ନାମକ ଏକ ଘରୋଇ ବସ ଆନନ୍ଦପୁର ପଟୁ ଯାତ୍ରୀ ନେଇ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଟିଲୋ ଅଂଚଳର ଦୁଇ ଯୁବକ ମୋଟରସାଇକେଲ୍ ଯୋଗେ ଭଦ୍ରକ ଆଡକୁ ଯାଉଥିଲେ । ଯୁବକଙ୍କ ସାମନାକୁ ଏକ ଷଣ୍ଢ ହଠାତ୍ ଆସିବା ହେତୁ ମୋଟରସାଇକେଲ୍ ଚାଳକ ଜଣକ ଷଣ୍ଢଟିକୁ ଧକ୍କା ଦେଇ ବସ ଚକ ତଳକୁ ଚାଲି ଆସିଥଲେ । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ଯୁବକ ଜଣକ ଅଳ୍ପକେ ବର୍ତିଯିବା ସହ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଟାୟାର ଜାଳି ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଖବରପାଇ ବନ୍ତ ଥାନାଧିକାରୀ ମୋନାଲିସା କର, ତହସିଲ୍‌ଦାର ପ୍ରସନ୍ନ କୁମାର ମହାନ୍ତି, ସ୍ଥାନୀୟ ସରପଚଂ ପ୍ରତିନିଧି ସନ୍ତୋଷ ନାୟକ, ଖଗେଶ୍ୱର ବେହେରା ପ୍ରମୁଖ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାର ୨ ଘଂଟା ପରେ ରାସ୍ତା ଅବରୋଧ ହଟିଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ଥିବା ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.