Home ଜିଲ୍ଲା ପରିକ୍ରମା ବସୁନ୍ଧରା ଯୋଜନା କାହା ପାଇଁ !

ବସୁନ୍ଧରା ଯୋଜନା କାହା ପାଇଁ !

32

ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଯୋଜନା ଆରମ୍ଭ ହେବାର ଦଶନ୍ଧି ଟପିଲା, ହେଲେ ଏହା ଦଶ ଶତକଡା ମଧ୍ୟ ଫଳ ପ୍ରସୂ ହେଲାନାହିଁ। ଭଣ୍ଡାରିପୋଖରୀ ତହସିଲ ରେ ଏହା ସମ୍ପୂର୍ଣ ଫେଲ କହିଲେ ଅତୁକ୍ତି ହେବନାହିଁ। ହଜାର ହଜାର ଲୋକ ଭୂମିହୀନ ଥିବାବେଳେ ଏ ଠାରେ ତାଙ୍କୁ ଘରଡ଼ିହ ପଟ୍ଟା ଖଣ୍ଡେ ଦେବାପାଇଁ ପୂର୍ବ ସରକାର ବସୁନ୍ଦରା ଯୋଜନା ଆରମ୍ଭ କରିଥିଲା ବେଳେ ଅଦ୍ୟବଧି ପଟ୍ଟା ମିଳି ଥିବା ଲୋକ ଙ୍କ ସଂଖ୍ୟାମାତ୍ର ୧୧୦ରେ ସିମିତ। ଅବଶିଷ୍ଟ ଭୂମିହୀନ ଙ୍କୁ ମାଇଗ୍ରାଂଟ ର ଆଖ୍ୟା ଦେଇ ଅଯୋଗ୍ୟ କରି ପକାଇଛି ତହସିଲ ପ୍ରଶାସନ। ଏମାନ ଙ୍କ ମୂଳ ବାସିନ୍ଦା ର ତଥ୍ୟ ଖୋଜିବାକୁ ଉଚିତ ମଣିନାହିଁ ତହସିଲ କାର୍ଯାଳୟ। ରାଜସ୍ୱ ବିଭାଗ ନିୟମ ଅନୁଯାଇ ୩୦ବର୍ଷ ରହି ଆସୁଥିଲେ ତାଙ୍କୁ ସେ ଅଂଚଳ ର ମୂଳ ବାସିନ୍ଦା ଘୋଷଣା ର ନିୟମ ଥିବାବେଳେ ଏହି ଭୂମିହୀନ ମାନ ଙ୍କୁ ଯାଯାବର ର ଆଖ୍ୟା ଦେଇ ତାହା ପୁଣି ତଦନ୍ତ ବିନା ନିଜ ଦାଇତ୍ୱ ବୋଧ ରୁ ଖସି ଯାଇଛନ୍ତି ରାଜସ୍ୱ ବିଭାଗ ର ଉଚ୍ଚ ଅଧିକାରୀ। ତଥ୍ୟ ରୁ ଜଣାଯାଇଛି ୨୦୧୧ଜନ ଗଣନା ଅନୁଯାଇ ଅବିଭକ୍ତ ୧୯ଟି ପଂଚୟତ ରେ ହରିଜନ ଓ ଆଦିବାସୀ ଲୋକ ଙ୍କ ସଂଖ୍ୟା ୩୩୭୬୬ଏବଂ ଏଥିରୁ ଜନଜାତି ଙ୍କ ସଂଖ୍ୟା ୪୧୩୪, ଯାହାକି ମୋଟ ଲୋକ ସଂଖ୍ୟା ର ୩.୫ଶ ତକଡା। ଜନଜାତି ଲୋକ ସଂଖ୍ୟା ର ପ୍ରାୟ ୯୦ଶ ତକଡା ଲୋକ ଘରଡ଼ିହ ପଟା ଶୂନ୍ୟ ଥିବାବେଳେ, କିଭଳି ଏତେ କମ ଲୋକ ଙ୍କୁ ଘର ବାଡ଼ି ପଟ୍ଟା ବଂଟନ କରାଯାଇଛି, ତାହା ଆଶ୍ଚର୍ଯ୍ୟ ଚକିତ କରି ଅଛି। ପିଲା ମାନଂକୁ ସ୍କୁଲ ରେ ନାମଲେଖା ହେଉକି ଜାତି ଭିତିକ ଆର୍ôଥକ ସହଯୋଗ ଯୋଜନ ରେ ସାମିଲ ହୋଇ ପାରୁନାହାନ୍ତି ଏହି ଆଦିବାସୀ ଭୂମିହୀନ ଲୋକ।ଏହି ସମସ୍ୟା ର ସମଧାନ ପାଇଁ ତହସିଲ କାର୍ଯାଳୟ ତ୍ରୁଟି କୁ ସୁଧାରିବା ପାଇଁ ଜିଲ୍ଲା ପାଳ ଙ୍କ ଦପ୍ତର ବି ଅଂଟା ଭିଡୁ ନଥିବା ଜଣାଯାଇଛି।ସଦର ଦକ୍ଷିଣ ବାଡ଼ ପଂଚୟତ ର ବେଲମାଳା ସାହି ର ସୁକାନ୍ତି ତିରିଆ ଙ୍କ ସ ମେତ ୯ଜନ ଆଦିବାସୀ ମହିଳାଙ୍କୁ ଧରି ୧୭/୨/୨୫ରିଖ ରେ ହୋଇଥିବା ଜିଲ୍ଲପାଳ ଙ୍କ ଜନସୁଣାଣି ଶିବିର ରେ ପ୍ରାକ୍ତନ ସମିତି ସଭ୍ୟା ସବିତା ମହାପାତ୍ର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ପଟ୍ଟା ମିଳିନଥିବା ଅଭିଯୋଗ ଆଣି ପଞ୍ଜିକରଣ କରିବା ସହ ଜିଲ୍ଲା ପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏନେଇ ତହସିଲ କର୍ତୃପକ୍ଷ କୌଣସି ତଦନ୍ତ ଆରମ୍ଭ କରିନାହାନ୍ତି।ଆଦିବାସୀ ବହୁଳ ପଂଚୟତ ନଗୁଆ, ଦକ୍ଷିଣବାଡ଼, ରଂଜିତ, ପାଟୁଳି ରେ ମୋଟ ଲୋକ ସଂଖ୍ୟା ର ଯ ଥା କ୍ରମେ ୮.୯୦%,୮.୩୨%,୪.୧୯%,୯.୨୮%ଲୋକ ରହିଥିବାରୁ ଘରଡ଼ିହ ସମସ୍ୟା ରେ ଆଉଟ ପାଉଟୁ ହେବା ଦୀର୍ଘ ବର୍ଷ ର ସମସ୍ୟା ପାଲଟିଛି।ଜିଲ୍ଲପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମାଧାନ କରିବାକୁ ଶ୍ରୀମତୀ ମହାପାତ୍ର ପୁନଃ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.