Home ଜିଲ୍ଲା ପରିକ୍ରମା ବସୁଧା ଯୋଜନାରେ କୋଳେଇପଦା ଲୋକେ ପାଉନାହାଁନ୍ତି ପାଣି

ବସୁଧା ଯୋଜନାରେ କୋଳେଇପଦା ଲୋକେ ପାଉନାହାଁନ୍ତି ପାଣି

11
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍‌ର ଅଧିକାଂଶ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବେ ଅକାମୀ ହୋଇପଡିଛି । ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମାଂଚଳରେ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ସରକାର ବସୁଧା ଯୋଜନାରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେଉଛନ୍ତି । ମାତ୍ର ତଳସ୍ତରର ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ଫାଇଦା ନେଉଛନ୍ତି । ସେମାନେ ନିମ୍ନମାନର କାମ ବେଶ ମାଲେମାଲ ହେଉଛନ୍ତି । ମାତ୍ର ସାଧାରଣ ଲୋକମାନେ ପାଣି ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଧାମନଗର ବ୍ଲକ୍ ଦୋବଲ ଅଂଚଳରେ । ପ୍ରକାଶ ଥାଉକି ଦୋବଲ ନିକଟସ୍ଥ ଧରମ ପଡିଆ ଠାରେ ବସୁଧା ଯୋଜନାରେ ୧ ଲକ୍ଷ ଲିଟର କ୍ଷମତା ସଂପନ୍ନ ପାଣି ଟାଙ୍କି ନିର୍ମାଣ କରାଯାଇଛି । ସମସ୍ତ ଘରକୁ ପାଇପ୍ ବିଛାଯାଇ ଷ୍ଟାଣ୍ଡ ପୋଷ୍ଟ କରାଯାଇଛି ବୋଲି ଜଳ ଜୀବନ ମିଶନ ହର ଘର ଜଳ ପୋର୍ଟାଲରୁ ଜଣାପଡିଛି । ଏସବୁ ଜନବସତିକୁ ପାଇପ୍ ବିଛା ସରିଚି । ମାତ୍ର କାଗଜ କଲମରେ ସବୁ ଠିକ୍ ଚାଲିଛି ହେଲେ ଫଳ ସବୁ ଶୂନ । ଉକ୍ତ ପାଣିଟାଙ୍କି ଅଧୀନରେ ବିଭିନ୍ନ ୱାର୍ଡକୁ ପାଇପ ବିଛାଯାଇଛି । ମାତ୍ର ନିମ୍ନମାନର ପାଇପ୍ ବିଛାଯୋଗୁଁ ଅଧିକାଂଶ ସ୍ଥାନରେ ପାଇପ୍ ଫାଟୁଛି । ସେହିଭଳି ଅଧିକାଂଶ ଘରେ ଷାଣ୍ଡ ପୋଷ୍ଟ ଅଛି ହେଲେ ତାହା ଭାଙ୍ଗିରୁଜି ଗଲାଣି । ସେହିପରି ଅଧିକାଂଶ ଜନବସତିରେ ମୁଖ୍ୟ ପାଇପ୍‌ରୁ ଯାଇଥିବା ଡେଲିଭରି ପାଇପ୍ ଫାଟିଗଲାଣି । ସୂଚନା ଥାଉକି ଦୋବଲ ପଂଚାୟତର ୯ନଂ ୱାର୍ଡର କୋଳେଇପଦା ଓ ପଣ୍ଡାସାହିରେ ପାଇପ୍ ବିଛାଯାଇଛି, ଷ୍ଟାଣ୍ଡ ଅଛି ହେଲେ ବସୁଧା ପାଣି ପାଇ ପାରୁନାହାଁନ୍ତି । ସେହିପରି ୭ନଂ ୱାର୍ଡର ବାହୁବଳେନ୍ଦ୍ର ସାହି, ସାହୁ ସାହି, ୫ନଂ ୱାର୍ଡର ପତିସାହି ଓ ସାହୁସାହିରେ ପାଣି ଯାଉନାହିଁ । ଫଳରେ ସରକାରଙ୍କ ପାନୀୟ ଯୋଜନା ସପନ ହୋଇଛି । ମାତ୍ର ଦାୟିତ୍ୱ ଥିବା କନିଷ୍ଟ ଯନ୍ତ୍ରୀଙ୍କ ଖାମଖିଆଲ ନୀତି ଯୋଗୁଁ ସାଧାରଣ ଲୋକମାନେ ଏପରି ହଇରାଣ ହେଉଛନ୍ତି । ଏ ଦିଗରେ ବିଭାଗୀୟ ଅଧିକାରୀ ମୁକୁଲ ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲା । ଯେଉଁ ଗ୍ରାମକୁ ପାଣି ଯାଉନାହିଁ, ତଦନ୍ତ କରାଯାଇ ଖୁବଶୀଘ୍ର ପାଣି ଯୋଗାଇ ଦିଆଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.