Home ଜିଲ୍ଲା ପରିକ୍ରମା ବସରେ ହେଉଥିଲା ବ୍ରାଉନ ସୁଗାର ଚାଲାଣ, ୧୦ ଗ୍ରାମ ଜବତ, ଜଣେ ଗିରଫ

ବସରେ ହେଉଥିଲା ବ୍ରାଉନ ସୁଗାର ଚାଲାଣ, ୧୦ ଗ୍ରାମ ଜବତ, ଜଣେ ଗିରଫ

29

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛିଦିନ ତଳେ ଭଦ୍ରକ ସହରାଂଚଳ ଥାନା ପୁଲିସ୍ ଏକ ବ୍ରାଉନ୍ ସୁଗାର ଜବତ ଘଟଣାରେ କେଶ୍ ନଂ ୨୧୮ ମୂଳେ ୩ ଜଣଙ୍କୁ ବନ୍ତଛକରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଏହି ଘଟଣାର ଚେର ଖୋଜିବାକୁ ଯାଇ ଆଜି ଆଉ ଜଣେ ଯୁବକକୁ ପୁଲିସ୍ ଡାହାଣୀଗଡିଆ ଛକ ନିକଟରୁ ମାଡିବସିଛି। ଏ ସଂପର୍କରେ ଭଦ୍ରକ ସହରାଂଚଳ ଥାନାରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସ୍‌ପି ସମ୍ବିତ ମାଝୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସେମାନେ ଏକ ଟିମ୍ ଗଠନ କରି ଭଦ୍ରକ ଜିଲାକୁ ଆସୁଥିବା ବ୍ରାଉନସୁଗାରର ଚେର ଖୋଜୁଥିଲେ। ତେବେ ବନ୍ତଛକ ଘଟଣାରେ ଗିରଫ ୩ ଜଣଙ୍କ ବୟାନକୁ ଭିତି କରି ଆଜି କଟକ ଜିଲା ଜଗତପୁର ଅଂଚଳର ସଂଜୟ ପଣ୍ଡା ନାମକ ଜଣେ ଯୁବକକୁ ବସ୍ ଭିତରେ ପୁଲିସ୍ ମାଡିବସିଛି। ସଂଜୟ ଭଦ୍ରକ ଆସି ୧୦ ଗ୍ରାମ ଓଜନର ବ୍ରାଉନସୁଗାର କିଣି ଫେରୁଥିଲା। ତେବେ ଏହି ଘଟଣାରେ ଏକ ମାମଲା ରୁଜୁ କରି ବହୁ ଲୋକଙ୍କ ସଂପୃକ୍ତି ଥିବାରୁ ପୁଲିସ୍ ଅଧିକ ଖୋଳତାଡ ଆରମ୍ଭ କରିଛି। ଜିଲାରେ ବ୍ରାଉନସୁଗାରର ଚେରକୁ ସଂପୂର୍ଣ୍ଣ ରୂପେ ଉପାଡି ଫିଙ୍ଗିବା ନେଇ ଶ୍ରୀ ମାଝୀ ସ୍କୁଲ କଲେଜର ଛାତ୍ର ଓ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇ ଏଭଳି ନିଶା କବଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଯାହା ତାଙ୍କର ସୁନେଲି ଭବିଷ୍ୟତକୁ ଅନ୍ଧକାର ଦିଗକୁ ଠେଲିଦେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.