Home କୋରାପୁଟ ବସରୁ ଖସି ବୃଦ୍ଧଙ୍କ ମୃତ୍ୟୁ

ବସରୁ ଖସି ବୃଦ୍ଧଙ୍କ ମୃତ୍ୟୁ

86

କୋରାପୁଟ ୨୫-୦୩(ଓଡିଆ ପୁଅ /ରଂଜନ ଦାସ)ଦଶମନ୍ତପୁର ଥାନା ଅନ୍ତର୍ଗତ ଲିଟିଗୁଡାରେ  ଚଳନ୍ତା ବସରୁ ଖସି ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ବୋରିଗୁମ୍ମା ବ୍ଲକ ଚମ୍ପାପଦର ଗ୍ରାମର ବିଶ୍ୱନାଥ ପାଇକ(୬୦) ବୋଲି ଜଣାପଡିଛି । ସୂଚନା ମୁତାବକ ବିଶ୍ୱନାଥ   ତାଙ୍କ ଝିଅ ବାହା ହୋଇଥିବା ଦଶମନ୍ତପୁର ବ୍ଲକ ଖଜୁରୀଗୁଡା ଗ୍ରାମକୁ ଆସିଥିବାବେଳେ ଝିଅ ସହ କୌଣସି କାମରେ କୋରାପୁଟ ଯାଇଥିଲେ । ଏକ ଘରୋଇ ବସରେ କୋରାପୁଟରୁ ଫେରୁଥିବାବେଳେ ଖଜୁରୀଗୁଡା ଭାବି   ଲିଟିଗୁଡାରେ   ରହିବା ଆଗରୁ  ଓହ୍ଲାଉ ଥିବାବେଳେ ଖସି ପଡିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର  ମୃତ୍ୟୁ ହୋଇଥିଲା । କ୍ଷତି ପୂରଣ ଦାବିରେ ଗ୍ରାମବାସୀ ଖଜୁରୀଗୁଡା-କୋରାପୁଟ ରାସ୍ତା ଅବରୋଧ କରିଥିଲେ । ପୋଲିସ ପହଂଚି ବୁଝାସୁଝା କରିବା ପରେ ବସ ମାଲିକ ମୃତକର ପରିବାରକୁ କିଛି ଆର୍ଥିକ ସହାୟତା ଦେଇଥିଲେ  ଓ ପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ । ଦଶମନ୍ତପୁର ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ  ମୃତଦେହ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.