Home ଜିଲ୍ଲା ପରିକ୍ରମା ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦ ଏବେ ଏନ୍‌ଜିଟିରେ

ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦ ଏବେ ଏନ୍‌ଜିଟିରେ

40

ନୟାଗଡ଼, ୧୨ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ପଂଚାୟତର ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦ ଏବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ପହଂଚିଛି। ୨୦୧୭ ମସିହାରୁ ଲାଗି ରହିଥବା ଏହି ବିବାଦର ସମାଧାନ ପାଇଁ ବହୁବାର ଥାନା, ଜିଲ୍ଳା ପ୍ରଶାସନ ଓ ଶାନ୍ତି କମିଟି ଦ୍ୱାରା ପ୍ରୟାସ କରାଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ। ଏହି ରାସ୍ତାର ଲମ୍ବ ପ୍ରାୟ ୬ କି.ମି ଓ ଏଥିମଧ୍ୟରେ ୬ଶହ ମିଟର ଜଙ୍ଗଲ ଜମି ଦେଇ ଯାଉଥିବା ବେଳେ ପ୍ରଶାସନ ପକ୍କା ରାସ୍ତା ନିର୍ମାଣ କରିବାକୁ ଯୋଜନା କରିବା ଅଭିଯୋଗ ହୋଇଛି। ଏ ନେଇ ଗୁଡ଼ୁପାଙ୍ଗି ଗ୍ରାମର ହେମନ୍ତ କୁମାର ନାୟକ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଏନ୍ ଜି ଟି ଗତ ୪ ତାରିଖରେ ଭିଡିଓ କନଫେଫେନ୍‌ସି ଜରିଆରେ ଏହାର ଶୁଣାଣି କରି ଏହି ଅଭିଯୋଗର ଜବାବ ରଖିବାକୁ ନୟାଗଡ଼ ଜିଲ୍ଲାପାଳ, ଡିଏଫଓଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି। ଜଷ୍ଟିସ ବି.ସ୍ଥଲକେର୍‌, ଜଷ୍ଟିସ୍ ମେମ୍ବର ଶୈ୍‌ବାଲ ଦାସଗୁପ୍ତା ମାମଲାର ଶୁଣାଣି କରିଥିଲେ। ଉଲ୍ଲେଖଯୋଗ୍ୟ ଏହି ରାସ୍ତା ନିର୍ମାଣକୁ କେନ୍ଦ୍ରକରି ଗୁଡ଼ୁପାଙ୍ଗି ଗ୍ରାମ ସମେତ ପାଖଆଖ ୧୭ ଗ୍ରାମବାସୀଙ୍କ ମଧ୍ୟରେ ରକ୍ତପାତ ଭଳି ସଂଘର୍ଷ ଘଟି ଆସିଛି। ତେବେ ଏହି ରାସ୍ତା ନିର୍ମାଣ ବିବାଦକୁ ନେଇ ଏହି ଅଂଚଳ ଅଶାନ୍ତ ରହି ଆସୁଥିଲାବେଳେ ଏହା ଏବେ ଜାତୀୟ ସ୍ତରରେ ପହଂଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.