Home କେନ୍ଦ୍ରାପଡ଼ା ବଳଦେବ ହାଇସ୍କୁଲର ପୁରାତନ ଛାତ୍ରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା

ବଳଦେବ ହାଇସ୍କୁଲର ପୁରାତନ ଛାତ୍ରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା

39

କେନ୍ଦ୍ରାପଡ଼ା ୧୩ -୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ପ୍ରମୁଖ ଶିକ୍ଷାନୁଷ୍ଠାନ ବଳଦେବ ହାଇସ୍କୁଲର ୧୯୭୭ବ୍ୟାଚର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହର ଉପକଣ୍ଠ କପାଳେଶ୍ୱରସ୍ଥିତ ଶ୍ରୀହନୁମାନଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପୁରାତନ ଛାତ୍ର ସୁଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଦିବଂଗତ ଛାତ୍ର ବନ୍ଧୁ ଓ ଦିବଂଗତ ଶିକ୍ଷକମାନଙ୍କ ବିୟୋଗରେ ସ୍ମୃତି ଚାରଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ଅବସରରେ ପୁରାତନ ଆଦର୍ଶ ଶିକ୍ଷକମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଦୀର୍ଘବର୍ଷ ପରେ ଏକାଠି ହୋଇଥିବାରୁ ଛାତ୍ରମାନେ ବିଗତ ଦିନର ସେହି ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ। ପୁରାତନ ଛାତ୍ର ଅଭୟ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.