Home Top News ବଲ୍କ ଡିଜେଲ ମୂଲ୍ୟ ଲିଟର ପ୍ରତି ୨୫ଟଙ୍କା ବୃଦ୍ଧି ପରେ ସମଗ୍ର ଦେଶରେ ବନ୍ଦ କଲେଣି...

ବଲ୍କ ଡିଜେଲ ମୂଲ୍ୟ ଲିଟର ପ୍ରତି ୨୫ଟଙ୍କା ବୃଦ୍ଧି ପରେ ସମଗ୍ର ଦେଶରେ ବନ୍ଦ କଲେଣି ଏହି ପେଟ୍ରୋଲ ପମ୍ପ

47

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ବଲ୍କ ଡିଜେଲ ମୂଲ୍ୟରେ ୨୫ ଟଙ୍କା ପ୍ରତି ଲିଟର ବୃଦ୍ଧି ପରେ ସୋମବାର ଦିନ ଭାରତରେ ଏକାଧିକ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା। ଆନ୍ତର୍ଜାତୀୟ ଅଶୋଧିତ ମୂଲ୍ୟରେ ବୃଦ୍ଧି ପରେ ଭାରତର ବଲ୍କ ଉପଭୋକ୍ତାଙ୍କୁ ଡିଜେଲର ମୂଲ୍ୟ ଲିଟର ପିଛା ପ୍ରାୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା।

ଏହାର ପ୍ରଭାବରେ ଗ୍ରାହକମାନେ ବର୍ତ୍ତମାନ IOCL, BPCL, HPCL ଚୟନ କରୁଛନ୍ତି ଏବଂ ସେଲ୍, ନୟାରା ଏବଂ ଜିଓ-ବିପିର ଅନେକ ପମ୍ପ ଏମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ବୋଲି ପମ୍ପ ବନ୍ଦ କରିଛନ୍ତି।

ସୂଚନାଯୋଗ୍ୟଯେ, ଡିଜେଲ ଦର ବର୍ତ୍ତମାନ ବଲ୍କ ବ୍ୟବହାରକାରୀଙ୍କୁ ମୁମ୍ବାଇରେ ଲିଟର ପିଛା ୧୨୨.୦୫ ଟଙ୍କା ଏବଂ ଦିଲ୍ଲୀରେ ୧୧୫ ଲିଟରରେ ବିକ୍ରି କରାଯିବ। ଅବଶ୍ୟ ପେଟ୍ରୋଲ ପମ୍ପରେ ଖୁଚୁରା ଦର, ଅପରିବର୍ତ୍ତିତ ରହିଛି।

ବଲ୍କ ବ୍ୟବହାରକାରୀମାନେ ତୈଳ କମ୍ପାନୀରୁ ସିଧାସଳଖ ଟ୍ୟାଙ୍କର୍ ବୁକ୍ କରିବା ପରିବର୍ତ୍ତେ ପେଟ୍ରୋଲ ପମ୍ପରେ ଇନ୍ଧନ ଭରିବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ତୈଳ କମ୍ପାନୀଗୁଡିକର ବ୍ୟାପକ କ୍ଷତି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.