ବଲାଙ୍ଗୀର ୨୮-୫ (ଓଡ଼ିଆ ପୁଅ) ଓଡ଼ିଶାର ବଲାଙ୍ଗୀର ରେଳ ଷ୍ଟେସନରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ବ୍ୟାପକ ସଂଖ୍ୟାରେ ପ୍ରବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଏହି ବଲାଙ୍ଗୀରକୁ ଆହୁରି କେତେକ ପ୍ରବାସୀ ଶ୍ରମିକଙ୍କୁ ନେଇ ଟ୍ରେନ ଆସିବା ଧାର୍ଯ୍ୟ କରାଯାଇଛି। ଏ ନେଇ କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଦୃଢ଼ ବିରୋଧ କରିବା ସହ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ବଲାଙ୍ଗୀର ଜିଲ୍ଲା ବଦଳରେ ଅନ୍ୟ ପ୍ରବାସୀଙ୍କ ନିକଟବର୍ତ୍ତୀ ରେଳ ଷ୍ଟେସନରେ ଓଲ୍ଲେଇ ଦେବା କୋଶଳ ସମନ୍ୱୟ ସମିତି ଅଧ୍ୟକ୍ଷ ପ୍ରମୋଦ ମିଶ୍ର ପ୍ରକାଶ କରିଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାରେ ଆଜି ନୂଆ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୫୨ ଜଣ ସକ୍ରିୟ ଅଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୨ ଜଣ ପଜିଟିଭଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ରରୁ ଫେରି ସରକାରୀ କ୍ବାରାଣ୍ଟାଇନ ସେଣ୍ଟରରେ ଥିଲେ। ସେହିପରି ଗଞ୍ଜାମ ଜିଲ୍ଲାରୁ ୨୬ଜଣଙ୍କ ମଧ୍ୟରୁ ୧୬ ସୁରତ ଫେରନ୍ତା, ୬ ମହାରାଷ୍ଟ୍ର ଫେରନ୍ତା, ୩ଜଣ ତାମିଲନାଡ଼ୁ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୧୧ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ଗୁଜୁରାଟ ଫେରନ୍ତା, ୫ଜଣ ମହାରାଷ୍ଟ୍ର ଫେରନ୍ତା, ୨ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଯାଜପୁର ଜିଲ୍ଲାରୁ ୧୧ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ଗୁଜୁରାଟ ଫେରନ୍ତା, ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା ଓ ୮ଜଣ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି। ଜଗତସିଂହପୁର ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଓ କେନ୍ଦୁଝରର ସଂକ୍ରମିତଜଣକ ଜଣେ ଉତ୍ତର ପ୍ରଦେଶରୁ ଫେରିଥିଲେ, ନୟାଗଡ଼ ଜିଲ୍ଲାରୁ ୭ଜଣ ଯାକ ଗୁଜୁରାଟ ଫେରନ୍ତା ଅଛନ୍ତି। ସମ୍ବଲପୁରରୁ ଚିହ୍ନଟ ୨ଜଣଙ୍କ ଭିତରୁ ଜଣେ ଉତ୍ତର ପ୍ରଦେଶରୁ ଫେରିଥିବା ବେଳେ, ଆର ଜଣକ ଆନ୍ଧ୍ର ପ୍ରଦେଶ ଫେରନ୍ତା। ଠିକ୍ ସେହିପରି ସୁବର୍ଣ୍ଣପୁର ଜିଲ୍ଲାରୁ ଚିହ୍ନଟ ୪ଜଣଙ୍କ ଭିତରୁ ୨ଜଣ ତାମିଲନାଡ଼ୁରୁ ଫେରିଥିବା ବେଳେ ୨ଜଣ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି। ବରଗଡ଼ ର ଆକ୍ରାନ୍ତଜଣକ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି।
/ ସନ୍ତୋଷ ନାୟକ








