Home ଜିଲ୍ଲା ପରିକ୍ରମା ବଲାଙ୍ଗୀର ଜିଲ୍ଲାରେ ୪୩ ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୨୪ ରେ ପହଁଚିଲା

ବଲାଙ୍ଗୀର ଜିଲ୍ଲାରେ ୪୩ ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୨୪ ରେ ପହଁଚିଲା

132

ବଲାଙ୍ଗୀର ୬-୯ (ଓଡ଼ିଆ ପୁଅ) ଆଜି ୪୩ ଜଣ ବଲାଙ୍ଗୀର ଜିଲ୍ଲାରେ ୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୨୪ ରେ ପହଁଚିଛି। ୩୬୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଗତକାଲି ବଲାଙ୍ଗିର ଜିଲ୍ଲାରେ ୩୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି। ବଲାଙ୍ଗିର ପୌରାଂଚଳର ଆଦର୍ଶପଡ଼ାରୁ ୩, ସିଆର୍‌ପିଏଫ୍‌ କ୍ୟାମ୍ପରୁ ୩, ତୁଲସିନଗରରୁ ୧, ରେଡ଼ିଓଷ୍ଟେସନ କଲୋନୀରୁ ୨, ଗାନ୍ଧୀନଗରପଡ଼ାରୁ ୨, ସିଭିଲ୍‌କୋର୍ଟ ପଛପାଖରୁ ୧, କଲେଜଛକରୁ ୧, ପେଲେସ୍‌ଲାଇନ୍‌ରୁ ୩, ରାମଜୀପଡ଼ାରୁ ୧, ଟାଉନ୍‌ ପୋଲିସ ଷ୍ଟେସନ୍‌ରୁ ୨, ହାତୀଶାଲପଡ଼ାରୁ ୧, ପ୍ରତାପସାଗରପଡ଼ାରୁ ଜଣେ ସଂକ୍ରମିତ ହୋଇଛନ୍ତି। ସେହିପରି ଗ୍ରାମାଂଚଳରୁ ଓ କଣ୍ଟାବାଞ୍ଜି ଏନ୍‌ଏସି-ରୁ ୪, ବଲାଙ୍ଗିର ବ୍ଲକ୍‌ରୁ ୧, ପୁଇଁନ୍ତଲା ବ୍ଲକ୍‌ ଲୁକାପଡ଼ାରୁ ୧, ଲୋଇସିଂହା ବ୍ଲକ୍‌ ରାମଜୀପଡ଼ାରୁ ୧, ଆଗଲପୁର ବ୍ଲକ୍‌ ମୁରସିଂରୁ ୧, ବଲାଙ୍ଗିର ବ୍ଲକ୍‌ ଚନ୍ଦନଭାଟିରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟିର ଟିଟିଡୁଙ୍ଗୁରିପଡ଼ାରୁ ୧, ହାଇସ୍କୁଲପଡ଼ାରୁ ୧, ମହୁଲପଡ଼ାରୁ ୧, କଟକିଆପଡ଼ାରୁ ୧ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଆଉ ଦୁଇ ଜଣ ମହିଳା କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.