Home ଜିଲ୍ଲା ପରିକ୍ରମା ବର୍ଷା ପରେ ଜଗନ୍ନାଥ କଲୋନୀ ପାର୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ

ବର୍ଷା ପରେ ଜଗନ୍ନାଥ କଲୋନୀ ପାର୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ

89

ସମ୍ବଲପୁର, ୨୬/୮ (ଓଡ଼ିଆ ପୁଅ) ସମ୍ବଲପୁର ସହରର ଜଗନ୍ନାଥ ମନ୍ଦିର କଲୋନୀ ଠାରେ ପ୍ରସ୍ତାବିତ ପାର୍କ ର ନିର୍ମାଣ କାର୍ଯ୍ୟ ଯେତେ ଶୀଘ୍ର ସମ୍ବବ ଆରମ୍ବ କରାଯିବ। ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ କୁହାଯାଇଛି ବୋଲି ମହାନଗର ନିଗମର ଡ଼େପୁଟି କମିଶନର ଶୁଭଙ୍କର ମହାନ୍ତି ସୂଚନା ଦେଇଛନ୍ତି। ଏହି କୈାଣସି କାରଣରୁ ଅ୍ଧାରେ ଅଟକି ରହିଛି। ଏହି ପାର୍କ ସହିତ ସହରର ମୁଦିପଡ଼ା ପାର୍କ, ହୀରାକୁଦ ପାର୍କ ଏବଂ ବୁର୍ଲାର ଶ୍ରୀରାମ ବିହାର ପାର୍କର ସୈାନ୍ଦର୍ଯ୍ୟକରଣ କାମକୁ ମଧ୍ୟ ହାରକୁ ନିଆଯାଇଛି। ଜଗନ୍ନାଥ ମନ୍ଦିର କଲୋନୀ ପାର୍କ ର କାମ ଦୁଇବର୍ଷ ପୂର୍ବରୁ ଆରମ୍ବ ହୋଇଥିଲା। ଏଠାରେ ଥିବା ଜଳାଶୟର ଜିର୍ଣସଂସ୍କାର କାମ ପୁରା ହୋଇସାରିଛି। ତେବେ ଏହାର ଚାରୀପାଖରେ ଜଗିଂ ଟ୍ରେକ ନିର୍ମାଣ କାର୍ଯ୍ୟ ଚାଲିଛି। ଏହାକୁ ପୁରାକରାଯିବ। ଏହା ବ୍ୟତିତ ଦର୍ଶକଙ୍କ ବସିବା ପାଇଁ ବେଂଚ ବ୍ୟବସ୍ତା କରାଯିବ। ସୈାନ୍ଦର୍ଯ୍ୟକରଣ ସହିତ ଖେଳ ଉପକରଣ ଏବଂ ବ୍ୟାୟାମ ସାମଗ୍ରୀ ମଧ୍ୟ ଖଞାଯିବ ବୋଲି ଜଣାପଡ଼ିଛି। ଜଳାଶୟର ବିଭିନ୍ନ ଜାଗାରେ ରଂଗୀନ ଆଲୋକ ରହିବ। ୧.୫ ଏକଡ଼ ଜମିରେ ଥିବା ଏହି ଜାଗାରେ ଜଳାଶୟ ମଧ୍ୟ ରହିଛି। କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ଏହି ଠାରେ ପାର୍କ ବିକଶିତ କରିବା ସକାଶେ ନବେ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଜଗନ୍ନାଥ କଲୋନୀ ସହରରେ ନୂଆ ବସତି ଭାବେ ଗଢିଉଠିଛି। କିଛି ବର୍ଷ ଆଗରୁ ସ୍ତାନୀୟ ଲୋକେ ଏଠାରେ ବୃକ୍ଷ ରୋପଣ କରିଥିଲେ। ହେଲେ ଏହି ପୁରାତନ ଜଳାଶୟ ରାଜା ରାଜୁଡ଼ା ଅମଳରେ ଖନନ କରାଯାଇଥିଲା। ଏହି କଲୋନୀ ଦେଇ ସାକ୍ଷୀଗୋପିନାଥପଡ଼ାକୁ ସଂଯୋଗ କୁରୁଥିବା ସଡ଼କରେ ଥିବା ରେଳଲାଇନ ତଳେ ଏକ ସବେଓ ନିର୍ମାଣ କରାଯାଉଛି। ଏହା ପରୁରା ହେଲେ ସେହି ଇଲାକାର ବାସୀନ୍ଦା ମଧ୍ୟ ପାର୍କକୁ ଉପଯୋଗ କରିପାରିବେ। ରେଳସେମାନେ ଏହାର ଚାରୀପାଖକୁ ପାର୍କର ରୂପ ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ବୁର୍ଲା ଓ ହୀରାକୁଦର ପାର୍କ ଏବେ ସେଠାର ଅଧିବାସୀଙ୍କ ପାଇଁ ଅବସର ବିନୋଦନର ଆକର୍ଷଣୀୟ କେନ୍ଦ୍ରରେ ପରିଣତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.