ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ବିଚିତ୍ର ନୀତି କେଉଁଠି କାର୍ଯ୍ୟ ଚାଲିଛି ଏବଂ ଏହି କାର୍ଯ୍ୟର ଅଟକଳ ମୂଲ୍ୟ କେତେ ଏବଂ କେବେ ଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି ,କେବେ ଶେଷ ହେବ ଏହାର ଖବର କନିଷ୍ଠଯନ୍ତ୍ରୀଙ୍କ ପାଖରେ ନାହିଁ । ଏଭଳି ଅବ୍ୟବସ୍ଥା ମଧ୍ୟରେ ଚାଲିଛି ବାସୁଦେବପୁର ଗ୍ରାମ୍ୟ ଉନ୍ନୟନ ବିଭାଗ । ପ୍ରାପ୍ତ ଖବରରୁ ଜଣାଯାଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଧାମରା ରାସ୍ତା ଠାରୁ ନୂଆ ଲୁଣାବନ୍ଧ ଭାୟା ସାନହାବେଳି ସାହି ରାସ୍ତାଟି ବାସୁଦେବପୁର ର ପୂର୍ବତନ ବିଧାୟକ ବିଷ୍ନୁବ୍ରତ ରାଉତରାଏ ଶୂଭ ଦେଇଥିଲେ । ଦୀର୍ଘ ୨ବର୍ଷ ହେବ ଶୁଭ ଦେଇଥିବା ରାସ୍ତାଟି ସଂପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ଏହି ରାସ୍ତାଟି ପ୍ରଶସ୍ତି କରଣ କରାଯିବ ବୋଲି ଶୁଭ ଦିଆଯାଇଥିବା ଫଳକରେ ଲିପିବଦ୍ଧ ହୋଇଥିଲା । ମାତ୍ର ପ୍ରଶସ୍ତିକରଣ କରାଯିବା ବଦଳରେ ଏହି ରାସ୍ତାଟି ମରାମତି ହେଉଛି ତାହା ପୁଣି ବର୍ଷା ଦିନରେ । ଏହି ରାସ୍ତା ଦେଇ ଯାତାୟତ କରୁଥିବା ଅଂଚଳବାସୀ ଏହି ରାସ୍ତା ବର୍ଷା ଦିନ ପୂର୍ବରୁ ଶେଷ ହେବ ବୋଲି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ରାସ୍ତା ନିର୍ମାଣ ପୂର୍ବରୁ ପ୍ରଶ୍ନ କରିଥିବା ବେଳେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏହା ଶେଷ ହେବ ବୋଲି ସମ୍ମତି ପ୍ରଦାନ କରିଥିଲେ । ମାତ୍ର ବର୍ଷା ଦିନରେ ଏହି କାର୍ଯ୍ୟ ଶେଷ ହେବାତ ଦୂରର କଥା ଏହି ରାସ୍ତା ମରାମତି ମଧ୍ୟ ହୋଇ ପାରିଲା ନାହିଁ । ଫଳରେ ଏହି ରାସ୍ତା ଦେଇ ୍ ଯାତାୟତ କରୁଥିବା ଅଂଚଳବାସୀ ଆଜି ଭଳି ଦିନରେ ପ୍ରମାଦ ଗଣିବା ସହ ସେହି ଅଂଚଳର ରୋଗୀ ମାନଙ୍କୁ ମଧ୍ୟ ସାଙ୍ଗିଭାରରେ ବୋହି ଆଣୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ରାସ୍ତା ନିର୍ମାଣର ସୁଚନା ଫଳକ କେଉଁଠି ଅଛି ଏବଂ ଏହାର ବ୍ୟୟ ଅଟକଳ କେତେ ଏ ବାବଦରେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହି ବିଷୟରେ ସମସ୍ତ ତଥ୍ୟ ବିଷୟରେ ଅବଗତ ନାହାନ୍ତି ବୋଲି କହିଥିଲେ । ତେବେ ଏହି ରାସ୍ତା ବିଷୟରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ କିଛି ଜାଣି ନଥିବା ବେଳେ କିପରି ଏହି ରାସ୍ତା କାର୍ଯ୍ୟ ଚାଲୁଅଛି ତାହା ସହଜେ ଅନୁମେୟ ବୋଲି ଅଂଚଳବାସୀ ଅଭିଯୋଗ ଆଣିବା ସହ ବର୍ଷା ଦିନରେ କାହିଁକ ଅଂଚଳବାସୀଙ୍କୁ ଯାତାୟତ ରୁ ବିରତି ଦେଲ ତାହା ସଂପୃକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଉତର ରଖିବା ଜରୁରୀ ହୋଇ ପଡିଛି । ଏ ବିଷୟରେ ସଂପୃକ୍ତ ବିଭାଗର ଉପଖଣ୍ଡ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରି ନଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି ।
Home ଜିଲ୍ଲା ପରିକ୍ରମା ବର୍ଷା ଦିନରେ ବାସୁଦେବପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଛି ରାସ୍ତା ନିର୍ମାଣ, ଅଟକଳ ମୂଲ୍ୟ...







