Home ଜିଲ୍ଲା ପରିକ୍ରମା ବର୍ଷା ଋତୁ ଆସିଲା ତଥାପି ମରାମତି ହେଲାନି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ପାଲଟିଛି ମରଣଯନ୍ତା

ବର୍ଷା ଋତୁ ଆସିଲା ତଥାପି ମରାମତି ହେଲାନି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ପାଲଟିଛି ମରଣଯନ୍ତା

265

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଗୋଟିଏ ପଟେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି ଯଦ୍ୱାରା ରାସ୍ତାରେ ପାଇପ ବିଛା କାମ ଚାଲିଛି। ଅପର ପକ୍ଷରେ ବର୍ଷା ଋତୁ ଆସିଲା ତଥାପି ମରାମତି ହୋଇପାରିଲା ନାହିଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ। ଯଦ୍ୱାରା ବର୍ତ୍ତମାନ ମରରଯନ୍ତା ପାଲଟିଛି ଗ୍ରାମ୍ୟ ସଡ଼କ। ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଆଗରପଡ଼ା-ଭଦ୍ରକ ପୂର୍ତ୍ତବିଭାଗ ରାସ୍ତା ଠାରୁ ବିଶଲକଣା ପର୍ଯ୍ୟନ୍ତ ଲମ୍ବିଥିବା ୩.୭କି.ମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ। ରାସ୍ତା ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଟ ଯନ୍ତ୍ରୀ କୃଷ୍ଣପଦ ମହାନ୍ତିଙ୍କୁ ଗତ ଏପ୍ରିଲ ମାସରେ ଯୋଗାଯୋଗ କରିବାରୁ ସେ ରାସ୍ତା ମରାମତି ନେଇ ଟେଣ୍ଡର ପ୍ରକ୍ରିୟା ସରିବା ସହ ଖୁବ୍ ଶୀଘ୍ର କାମ ଆରମ୍ଭ ହେବାର ସୂଚନା ଦେଇଥିଲେ। କିନ୍ତୁ ଇତି ମଧ୍ୟରେ ଦୁଇମାସ ବିତିବାକୁ ବସିଥିଲେ ସୁଦ୍ଧା ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଅପରପକ୍ଷରେ ବିଶଲକଣା ଠାରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ପାଇପ୍ ବିଛା ଚାଲିଥିବାରୁ ବର୍ଷା ହେବା କ୍ଷଣି ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ରାସ୍ତା ସାରା ପାଣି ଜମି ରହିବା ସହ କାଦୁଅ ସବୁ ଖେଳେଇ ହୋଇ ମରଣଯନ୍ତା ସଦୃଶ ପାଲଟିଛି। ରାତିରେ ଉକ୍ତ ରାସ୍ତାରେ ଯିବା ଅର୍ଥ ମୃତ୍ୟୁକୁ ଡ଼ାକିବା। ସୂଚନା ଅନୁଯାୟ; ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଆଗରପଡ଼ା-ଭଦ୍ରକ ପୂର୍ତ୍ତବିଭାଗ ରାସ୍ତା ଠାରୁ ବିଶଲକଣା ପର୍ଯ୍ୟନ୍ତ ଲମ୍ବିଥିବା ୩.୭କି.ମି ରାସ୍ତାଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ୨୦୧୫ସେପ୍ଟେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ୨୦୨୦ ସେପ୍ଟେମ୍ବର ୨୫ତାରିଖରେ ଶେଷ ହେବାକୁ ଧାର୍ଯ୍ୟ ହୋଇଥିଲା। ଏହି ୫ବର୍ଷ ମଧ୍ୟରେ ବାର୍ଷିକ ଥରେ ବର୍ଷାଋତୁ ପରେ ଘାସ ଡ଼ାଳପତ୍ର କାଟି ସଫା କରିବା, ପାଣି କଟାଧାର ପୁନଃ ମରାମତି କରିବା, ବର୍ଷକୁ ୨ଥର ରାସ୍ତା ପାଶ୍ୱର୍ ନିର୍ମିତ ନାଳ ମରାମତି ଓ ତିଆରି ହୋଇଥିବା ଶଂଖ ଓ ପୋଲ ମରାମତି କରିବା, ବର୍ଷକୁ ୧ଥର ଶଂଖ ପୋଲ ଧଳା ରଙ୍ଗ ମାରିବା ସହ ଦରକାର ଅନୁସାରେ ପିଚୁ ରାସ୍ତାର ଉଭୟ ପାଶ୍ୱର୍ର ମାଟି ସେକ୍ଟର ମରାମତି , ରାସ୍ତା ପାଶ୍ୱର୍ ନିର୍ମିତ ନାଳ ମରାମିତ ଏବଂ ରାସ୍ତାରେ ଲଗା ଯାଇଥିବା କି.ମି.ଖୁଣ୍ଟ ଓ ସାଇନ୍ବୋର୍ଡ଼ ମରାମତି ଆଦି ଦାଇତ୍ୱ କାର୍ଯ୍ୟ ନିର୍ବାହ କରିଥିବା ଠିକାଦାରଙ୍କ ଥିଲେ ସୁଦ୍ଧା ଏହା ଏହି ରାସ୍ତାରେ କାର୍ଯ୍ୟକ୍ଷମ ହୋଇନଥିବା ପରିଲକ୍ଷିତ ହୋଇଛି। ସମୟ ଅବଧି ମଧ୍ୟରେ ଏଥିନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର କେହିବି କର୍ଣ୍ଣପାତ କରିନଥିଲେ। ଅବଧି ସରିବାକୁ ୯ମାସ ପୂରିବାକୁ ବସିଲାଣି କିନ୍ତୁ ରାସ୍ତାର ରକ୍ଷଣାବେକ୍ଷଣ ଦାଇତ୍ୱ ପ୍ରତି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଏହା ବର୍ତ୍ତମାନ ମରଣଯନ୍ତା ପାଲଟିଲାଣି। ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା କାଦବରାଙ୍ଗ, ଆଡ଼ିଆ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.