Home ଜିଲ୍ଲା ପରିକ୍ରମା ବର୍ଷାରେ ଭିଜିବ ପାର୍ବଣ, ରାସ୍ତାଘାଟର ଦୂରାବସ୍ଥା ଓ ମୁକୁଳା ଡ୍ରେନ ପୂଜା ମାହୌଲକୁ ଆହୁରି ବିଗାଡୁଛି

ବର୍ଷାରେ ଭିଜିବ ପାର୍ବଣ, ରାସ୍ତାଘାଟର ଦୂରାବସ୍ଥା ଓ ମୁକୁଳା ଡ୍ରେନ ପୂଜା ମାହୌଲକୁ ଆହୁରି ବିଗାଡୁଛି

18

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷାରେ ଭିଜିବ ପାର୍ବଣ । ଏକାସାଙ୍ଗରେ ଦୁଇ ଦୁଇଟି ଲଘୁଚାପ ଏଥର ପୂଜା ମଉଜ ଫିକା ପଡିବ । ପୂର୍ବରୁ ଗୋଟିଏ ଲଘୁଚାପ ପ୍ରକୋପରେ ବର୍ଷା ଲାଗି ରହିଥିବା ବେଳେ ପୁଣି ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ରହିଛି । ଏହା ଫଳରେ ପ୍ରବଳ ବର୍ଷା, ଘଡଘଡି ସହ ତୋଫାନ ହେବାର ସମ୍ଭାବନା ଦେଖାଦେଇଛି । ଗତକାଲି ଓ ଆଜି ଲଗାତର ବର୍ଷା ଏଥର ପୂଜା ମାହଲ ନିଷ୍ପ୍ରଭ ହେବାର ସମ୍ଭାବନା ରହିଛି । ବର୍ଷା ପାହାରରେ ପୂଜା ମଣ୍ଡପ ସମ୍ମୁଖରେ ଥିବା ଆକର୍ଷଣୀୟ ତୋରଣ ଗୁଡିକ ତା’ର ଆକର୍ଷଣ ହରାଇବାରେ ବସିଛି । ପୂଜା କମିଟିର ଆୟୋଜକଙ୍କ ମନ ବର୍ଷାକୁ ନେଇ ବିଷାଦ ଦେଖାଦେଇଛି । ଏହାଛଡା ପାର୍ବଣରେ ନିଜ ବିପଣୀର ଭଲ ବିକ୍ରିନେଇ ଅପେକ୍ଷା କରି ବସିଥିବା ଲୁଗା, ସୁନା ଓ ଅନ୍ୟ ବ୍ୟବସାୟୀଙ୍କ ମନ ବର୍ଷା ପ୍ରକୋପକୁ ଦେଖି ମନ ମଉଳି ଯାଇଛି । ସେହିଭଳି ପାର୍ବଣକୁ ଉପଭୋଗ କରିବା ପାଇଁ ମନରେ ଆଶା ବାନ୍ଧି ବସିଥିବା ପରିବାର ବର୍ଗ ଖୁସି ହୋଇ ପାରୁନାହାନ୍ତି । ଲଗାଣ ବର୍ଷା ସାଙ୍ଗକୁ ଭଦ୍ରକ ସହର ଓ ଉପକଣ୍ଠ ରାସ୍ତା ଗୁଡିକର ଶୋଚନୀୟ ଅବସ୍ଥା ସାଙ୍ଗକୁ ମୁକୁଳା ଡ୍ରେନ ଯାତାୟତ ପାଇଁ ବିପଦ ସଂକୁଳ ହୋଇପଡିଛି । ବିଶେଷ କରି ଭଦ୍ରକ ସହର ଉପକଣ୍ଠ ଆରଡି ଛକ ରାସ୍ତାର ଦୂରାବସ୍ଥା ନଦେଖିଲେ ବିଶ୍ୱାସ କରିହେବନି । ରାସ୍ତାରେ ବର୍ଷାଜଳ ଜମି ରହୁଥିବା ବେଳେ ଖାଲଢିପରେ ପରିପୂର୍ଣ୍ଣ ହୋଇଥିବାରୁ ନାନା ଛୋଟବଡ ଦୁର୍ଘଟଣାମାନ ଘଟୁଥିବାର ନଜିର ରହିଛି । ଆରଡି ଛକ ଠାରୁ ମାତ୍ର ୫ଶହ ମିଟର ଦୂରରେ ୨୨ବର୍ଷ ଧରି ସାର୍ବଜନନୀନ ପ୍ରାଚୀନଗର ଦୁର୍ଗାପୂଜା ମହାସମାରୋହରେ ପାଳିତ ହୋଇଆସୁଛି । ତେବେ ରାସ୍ତାର ଦୂରାବସ୍ଥା ଓ ରାସ୍ତାପାଶ୍ୱର୍ରେ ଥିବା ମୁକୁଳା ଡ୍ରେନ ପୂଜା ମହାଲରେ ଯାତାୟତ କ୍ଷେତ୍ରରେ ବିପଦ ସଂକୁଳ ହୋଇଛି । ସହର ର ରାସ୍ତା ମରାମତି ଓ ଡ୍ରେନ ଗୁଡିକୁ କଭର କରିବା ପାଇଁ ପୂଜା କମିଟିର ଆୟୋଜକ ଓ ସ୍ଥାନୀୟ ଜନସାଧାରଣ ଜିଲ୍ଲା ପ୍ରଶାସନ କୁ ଲଗାତର ଭାବେ ଦୃଷ୍ଟି କରି ଆସୁଥିଲେ ବି ସୁଫଳ ମିଳିପାରିନାହିଁ । ପ୍ରଶାସନର ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ଶାନ୍ତି କମିଟି ବୈଠକରେ ଜିଲ୍ଲାପାଳଙ୍କ ନଜରକୁ ଅଣାଯାଇଥିଲେ ମଧ୍ୟ ଆଜି ଯାଏଁ କୌଣସି ପଦକ୍ଷେପ ନିଆନଯିବା ଘଟଣା ସ୍ଥାନୀୟ ଜନସାଧାରଣଙ୍କ ମନରେ ଅସନ୍ତୋଷ ଆଣି ଦେଇଛି । ମୁଖ୍ୟତଃ ରାତିରେ ପୂଜା ମାହଲର ଭିଡ ଦୃଷ୍ଟିରୁ ଯାତାୟତ କ୍ଷେତ୍ରରେ ଏହି ସୁଦୀର୍ଘ ରାସ୍ତାର ଦକ୍ଷିଣ ପାଶ୍ୱର୍ରେ ଥିବା ମୁକୁଳା ଟ୍ରେନ ବିଶେଷ କରି ସାଇକେଲ ଆରୋହୀ, ଛୋଟଛୋଟ ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ପ୍ରାଚୀ ନଗର ଦୁର୍ଗାପୂଜା କମିଟିର ଆୟୋଜକ ଗଙ୍ଗାଧର ଦାସ, ଅଶୋକ ପରିଜା, ସରୋଜ ଲେଙ୍କା, ଅବସରପ୍ରାପ୍ତ ଇଂଜିନିୟର ଅମ୍ବିକା ସ୍ୱାଇଁ ପ୍ରମୁଖ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.