ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷା ଋତୁ ଆସିଲେ ସହରବାସୀଙ୍କ ଚିନ୍ତା ବଢିଯାଏ। ଦୀର୍ଘ ବର୍ଷ ଧରି ଜଳ ଅବରୋଧ ସମସ୍ୟା ରେ ପୀଡିତ ସହରବାସୀ ଙ୍କ ଏହି ଦୁର୍ଦଶା ର ଲାଘବ ପାଁଇ ନିର୍ବାଚନ ବେଳେ ସବୁ ରାଜନୈତିକ ନେତାମାନେ ପ୍ରତିଶୃତି ଦେଇଥାନ୍ତି। ନିର୍ବାଚନ ପରେ ସହରବାସୀଙ୍କ ଏହି ମୌଳିକ ସମସ୍ୟା କୁ ଅଣଦେଖା କରିଥାନ୍ତି। ଯାହା ଫଳରେ ସହରବାସୀଙ୍କୁ ବର୍ଷା ଋତୁରେ ନାହିଁ ନଥିବା ଦୁଃଖ ଦୁର୍ଦଶା ରେ ଘାଂଟି ହେବାସହ ଜଳବନ୍ଦୀ ଅବସ୍ଥାରେ ପଡିରହିଥାନ୍ତି। ପ୍ରଶାସନର ମାଗଣା ରନ୍ଧା ଖାଦ୍ୟ କୁ ଚାହିଁ ବସିଥାନ୍ତି। ବର୍ଷରୁତୁ ପୂର୍ବରୁ ସହରରୁ ଜଳ କିପରି ନିଷ୍କାସନ ହେବ ଏ ନେଇ ପ୍ରଶାସନ ପକ୍ଷରୁ ପୌରପାଳିକା କତୃପକ୍ଷ ଡ୍ରେନେଜ ପୂର୍ତ ବିଭାଗ ଓ ଜଳସେଚନ ଇଞ୍ଜିନିଅର ମାନଙ୍କ ବୈଠକ ବସିଥାଏ।ବିଭାଗ ଗୁଡିକ ପ୍ଲାନ ପ୍ରସ୍ତୁତ କରିଥାନ୍ତି। ଏହି ଯୋଜନା କେବଳ କାଗଜ କଲମରେ ସିମତ ହୋଇ ରହିଯାଏ। ଧର୍ମ କୁ ଆଖିଠାର ଭଳି ଜେସିପି ଲଗାଇ ନାଳ ଗୁଡିକୁ ସଫାକରି ଠିକାଦାର ଙ୍କୁ ପୋଷିବା ସହ ପରସେଂଟଜ ଭାଗ ବଂଟୁରା ହୋଇ ପକେଟ ରେ ପସିଥାଏ.। ଲାଗତର ବର୍ଷାରେ ସହରବାସୀ ଙ୍କ ଘରେ ପାଣି ପଶିଥାଏ। ବର୍ଷା ରୁତର ସାମାନ୍ୟ ଜଳରେ ସହର ଉବୁଟୁବୁ ହୋଇଯାଏ.। ବାସଗୃହ ସ୍କୁଲ କଲେଜ ଅଫିସ ସବୁଠି ବର୍ଷା ଜଳ। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରର ଜଳବରୋଧ ସମସ୍ୟା ହଟାଇବା ପାଁଇ ଗତକାଲି ପ୍ରଶାସନ ପକ୍ଷରୁ ବୈଠକ ବସିଥିଲା। ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ, ଡ୍ରନେଜ, ପୂର୍ତ ବିଭାଗର ଏସି,ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଉପଜିଲ୍ଲାପାଳ ଙ୍କ ସହ ଭଦ୍ରକ ପୌର ନିର୍ବାହୀ ଅଧିକାରୀ, ପୌର ଇଞ୍ଜିନିଅର ଓ ସେନିଟାରୀ ଏକ୍ସପର୍ଟ ମାନେ ଯୋଗ ଦେଇଥିଲେ। ମୁଖ୍ୟତଃ ସହର ପରିକ୍ରମା କରିଥିବା ଓ ସହର ମଧ୍ୟ ଦେଇଯାଇଥିବା ନାଲଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ନାଳ ଗୁଡିକ ହେଲା ମୋଟେଲ ଛକ ରୁ ଛପୁଳିଆ, ସେହି ମୋଟଲ ଛକରୁ ନୂଆବସ ଷ୍ଟାଣ୍ଡ, ଡଗରା ସାହି ନାଳ ଓ ପଥରାଡି ଛକ ରୁ ଆଇ ସି ସି ବ୍ୟାଙ୍କ ନାଲଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ ଜାତୀୟ ରାଜପଥ କତୃପକ୍ଷ କରିବାପାଁଇ ନିର୍ଦେଶ ଦିଆଯାଇଛି.। ସେହିପରି ସହର ମଧ୍ୟରେ ଥିବା ଡାହାଣୀ ଗାଡ଼ିଆ ଛକ ଠାରୁ ଛାପୁଲିଆ ନାଳ ପୂର୍ତ ବିଭାଗ ଓ ଛପୁଳିଆ ଠାରୁ ରାଜଘାଟ ସହ ବନ୍ତ ଛକ ଠାରୁ ଘୋଷରା ଦେଇ ଶାଳନ୍ଦୀ ନଦୀ କୁ ଯାଇଥିବା ନାଳ ର କାର୍ଯ୍ୟ ଡ୍ରେନେଜ ବିଭାଗ କରିବାପାଁଇ ବୈଠକରେ ନିର୍ଦେଶ ଦିଆଯାଇଛି। ବର୍ଷା ଋତୁ ପୂର୍ବରୁ ଏହି ପୁନଃରୁଦ୍ଧାର କାର୍ଯ୍ୟ ସାରିବା ପାଁଇ ଜିଲାପାଳ ଶ୍ରୀ ରାଉତରାୟ ନିର୍ଦେଶ ଦେଇଛନ୍ତି. ଏଥିପାଁଇ ସମସ୍ତ ପ୍ରସ୍ତୁତି ଏବେ ଠାରୁ ଜାରି ରଖିବା ପାଁଇ ସେ ଇଞ୍ଜିନିଅରିଙ୍ଗ ବିଭାଗକୁ ପରାମର୍ଶ ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ବର୍ଷାଋତୁ ପୂର୍ବରୁ ୭ଟି ମୁଖ୍ୟ ନାଳଗୁଡିକର ପୁନରୁଦ୍ଧାର କାର୍ଯ୍ୟପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ