Home ଜିଲ୍ଲା ପରିକ୍ରମା ବର୍ଣ୍ଣବୋଧ ବିନା ଓଡ଼ିଆ ଭାଷାର ପ୍ରଗତି ଅସମ୍ଭବ – ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଦତ, ବର୍ଣ୍ଣବୋଧ...

ବର୍ଣ୍ଣବୋଧ ବିନା ଓଡ଼ିଆ ଭାଷାର ପ୍ରଗତି ଅସମ୍ଭବ – ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଦତ, ବର୍ଣ୍ଣବୋଧ ଦିବସ -୨୦୨୬ ପାଳିତ

1

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସେବା ସଂଗଠନ ଡ଼ ନରହରି ବେହେରା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ନୂଆବଜାର ସ୍ଥିତ ଭାଗବାତ କଲ୍ୟାଣ ମଣ୍ଡପରେ ପାଳିତ ବର୍ଣ୍ଣବୋଧ ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲପାଳ ସରୋଜ କୁମାର ଦତ ବର୍ଣ୍ଣବୋଧ ବିନା ଓଡ଼ିଆ ଭାଷାର ପ୍ରଗତି ଅସମ୍ଭବ ବୋଲି ମତବ୍ୟକ୍ତ କରିଛନ୍ତି। ଛବିଲତା ବିଶ୍ୱାଳଙ୍କ ତତ୍ୱବଧାନରେ ପରିଚାଳିତ ଡ. ନରହରି ବେହେରା ଟ୍ରଷ୍ଟର ସଭାପତି ଇଂ ଅଭୟ ସୁତାରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଶେଷ ଅତିଥି ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ, ସମ୍ମାନନୀୟ ଅତିଥି ଶିକ୍ଷାବିତ ପଣ୍ଡିତ ଦୟାନିଧି ଦାଶ ଓ ‘ଅମୃତ ଦର୍ଶନ’ର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଏବଂ ମୁଖ୍ୟବକ୍ତା ବିଶିଷ୍ଟ ବ୍ୟାକରଣବିତ, ଅବସରପ୍ରାପ୍ତ ଅଧ୍ୟାପକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ ଯୋଗ ଦେଇ ବର୍ଣ୍ଣବୋଧର ଆବଶ୍ୟକତା ବିଷୟରେ ଆଲୋକ ପାତ କରିଥିଲେ। ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ପ୍ରଶାସକ ଡ. ନରହରି ବେହେରାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବର୍ଣ୍ଣବୋଧ ଦିବସ ଦୀର୍ଘ ବାର ବର୍ଷ ଧରି ପାଳିତ ହୋଇଆସୁଥିବାରୁ ଅତିଥିମାନେ ଟ୍ରଷ୍ଟକୁ ସାଧୁବାଦ ଜଣାଇ ଥିଲେ। ଏହି ଅବସରରେ ଭଦ୍ରକ ମଣ୍ଡଳ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ଶିକ୍ଷାବିତ ଅନାଦି ଚରଣ ଦାସ ଓ ଶିକ୍ଷାବିତ କୃଷ୍ଣଚନ୍ଦ୍ର ସେନାପତିଙ୍କୁ ସମ୍ମାନିତ କରାଯାଇଥିଲା। ସଭା ପ୍ରାରମ୍ଭ ରେ ଦେବଦତା ବେଦାନ୍ତ ଅତିଥିଙ୍କୁ ମଂଚକୁ ଆବାହନ କରିଥିବା ବେଳେ କାର୍ଯକାରୀ ସଭାପତି ସାମ୍ବାଦିକ ରବି ନାରାୟଣ ଖିଲାର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଅଧ୍ୟାପକ ନୀହାର ରଞ୍ଜନ କର ସମ୍ପାଦକୀୟ ବକ୍ତବ୍ୟ ଏହି ଅବସରରେ ରଖିଥିଲେ ।ବର୍ଣ୍ଣବୋଧ ସମ୍ପର୍କିତ ସାଧାରଣଜ୍ଞାନ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସରୋଜ ବିଶ୍ୱାଳ,ତପନ କୁମାର ପଣ୍ଡା, ମନୋରମା ରାୟ, ମଂଚ ପରିଚାଳନାରେ ସହଯୋଗ କରିଥିବା ବେଳେ ଦେବୀଦତା ବେଦାନ୍ତ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.