Home ଜିଲ୍ଲା ପରିକ୍ରମା ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଧଳଙ୍କ ଏକାଦଶାହ ସ୍ମୃତିଚାରଣ ସଭା

ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଧଳଙ୍କ ଏକାଦଶାହ ସ୍ମୃତିଚାରଣ ସଭା

2

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ଧଳଙ୍କର ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ତାଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲାର ଅଣ୍ଢିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସାନ୍ଧ୍ୟର ଏହି ସ୍ମୃତିଚାରଣ ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ, ସହକାରୀ ଜିଲାପାଳ କାର୍ତିକନାଥ ମଣ୍ଡଳ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଧଳଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ତାଙ୍କ ଭଳି ଜଣେ ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ କେବଳ ସ୍ଥାନୀୟ ଅଂଚଳ ନୁହେଁ, ଜିଲା ପାଇଁ ଅପୂରଣୀୟ କ୍ଷତି ବୋଲି ଦର୍ଶାଇ ସେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ’ ର ଜଣେ ଆଜୀବନ ସଦସ୍ୟ ତଥା କୋଷାଧ୍ୟକ୍ଷ ଥାଇ ଯେଉଁସବୁ ସମାଜସେବା କରିଥିଲେ, ତାହା ତାଙ୍କୁ ଚିର ସ୍ମରଣୀୟ କରି ରଖିବ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡ. ଅରୁଣ କୁମାର ଲେଙ୍କା, ପୂର୍ବତନ ସମିତି ସଭ୍ୟ ରବିନ୍ଦ୍ର ଧଳ, ଶିକ୍ଷାବିତ୍ ବସନ୍ତ ଦାସ, ଶିକ୍ଷାବିତ୍ ଧର୍ମେନ୍ଦ୍ର ନାରାୟଣ ଜେନା, ଦେବେନ୍ଦ୍ର ଧଳ, ସନ୍ତୋଷ ମଲ୍ଲିକ, ସାମ୍ବାଦିକ ସମ୍ବିତ ନାୟକ, ସଂଜୀବ ନାୟକ, ସୁଜୟ ପାକଳ, ଅକ୍ଷୟ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଧଳଙ୍କ ସ୍ମୃତିଚାରଣ କରିଥିଲେ। ଏହି ସ୍ମୃତିଚାରଣ ସଭାକୁ ସ୍ୱର୍ଗତଃ ଧଳଙ୍କ କନିଷ୍ଠ ଭ୍ରାତା ସଂଜୀବ ଧଳ, ଲଲାଟେନ୍ଦୁ ଧଳ, ଉତରରାୟ ସତ୍ୟରଂଜନ ଓ ଏକମାତ୍ର ପୁତ୍ର ସୁଜିତ କୁମାର ଧଳ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.