Home ଓଡ଼ିଶା ବରିଷ୍ଠ ସାମ୍ବାଦିକ ଫୁକୁ ପଟ୍ଟନାୟକଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଫୁକୁ ପଟ୍ଟନାୟକଙ୍କ ପରଲୋକ

72

ନୟାଗଡ଼, ୯ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ବର୍ଷିୟାନ ସାମ୍ବାଦିକ ନିର୍ମଳେନ୍ଦୁ ପ୍ରକାଶ ପଟ୍ଟନାୟକ(ଫୁକୁ)ଙ୍କ ହୃତ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କ ଦେହ ଅସୁସ୍ଥ ରହିବାରୁ ସେ ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ମଧ୍ୟରାତ୍ରରେ ତାଙ୍କର ହୃତ୍‌ଘାତରେ ମୃତ୍ୟୁ ଘଟିଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ମୃତ ଶରୀରକୁ ନୟାଗଡ଼ ପୁରୁଣା ସହର ବାସସ୍ଥାନକୁ ଅଣାଯିବା ପରେ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ସେ ସାମ୍ବାଦିକତା କ୍ଷେତ୍ରରେ ବେଶ୍ ଲୋକପ୍ରିୟତା ଅର୍ଜ୍ଜନ କରିଥିଲାବେଳେ ତାଙ୍କର ନିର୍ଭିକତା ଓ ଅନୁସନ୍ଧାନମୂଳକ ସାମ୍ବାଦିକତା ପାଇଁ ବେଶ୍ ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ନୟାଗଡ଼ ସାମ୍ବାଦିକଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.