Home ଜିଲ୍ଲା ପରିକ୍ରମା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ପିତାଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ପିତାଙ୍କ ପରଲୋକ

27

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ପିତା କମଳାକାନ୍ତ ରାୟଙ୍କ ଗତକାଲି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ୮୧ ବର୍ଷ ବୟସ ହୋଇଥିଲା। ଗତକାଲି ସନ୍ଧ୍ୟାରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ ପରିବାର ବର୍ଗ କଟକ ନେଇଯାଉଥିବା ସମୟରେ ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମର ଶରୀରକୁ ଜନ୍ମମାଟି କଲେଇ ପଂଚାୟତର ବଳଭଦ୍ରପୁର ଗାଁକୁ ନିଆଯାଇ ଆଜି ଶବ ସତ୍କାର କରାଯାଇଛି। ତାଙ୍କ ଶେଷଦର୍ଶନ ପାଇଁ ପଂଚାୟତର ବିଭିନ୍ନ ଅଂଚଳରୁ ଶହ ଶହ ଲୋକଙ୍କ ଭିଡ ତାଙ୍କ ବାସଭବନରେ ଆଜି ଲାଗିରହିଥିଲା। ମୃତ୍ୟୁ ସମୟରେ ତାଙ୍କ ଦୁଇପୁଅ-ବୋହୂ, ତିନି ଝିଅ-ଜ୍ୱାଇଁ, ନାତି-ନାତୁଣୀମାନେ ଉପସ୍ଥିତ ଥିଲେ। ସ୍ୱର୍ଗତଃ ରାୟ କଲେଇ ପଂଚାୟତର ଗୋଟେ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ପରେ ସେ କୋଅପରେଟିଭ୍ ଇନ୍ସିପେକ୍ଟର ଥିଲେ। ଏହି ଚାକିରୀ ଛାଡି ପରବର୍ତ୍ତୀ ସମୟରେ ସେ ଜେଲର ଭାବେ ନିଯୁକ୍ତି ପାଇ ଅବସର ନେଇଥିଲେ। ଚାକିରୀ ଜୀବନ ବ୍ୟତୀତ ସେ ଜଣେ ସେହି ସମୟର ବିଶିଷ୍ଟ କଳାକାର ଥିଲେ। କଲେଇ ପଂଚାୟତର ଉନ୍ନତି ପାଇଁ ତାଙ୍କର ଉଦ୍ୟମ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସନୀୟ ଥିଲା। ତାଙ୍କ ବିୟୋଗରେ କଲେଇ ଓ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.